ସ୍ମୃତିସାନ୍ତ୍ଵନାର ୧୪ତମ ସ୍ମୃତି ମହୋତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱାସର ୩ଟି ବାହୁ ଆସ୍ଥା, ଆଦର ଓ ଆନୁଗତ୍ୟ । ବନ୍ଧୁତା ହେଉଛି ଦାୟିତ୍ଵ ବୋଲି ଅତିଥି ମାନେ ସ୍ମୃତିସାନ୍ତ୍ଵନାର ୧୪ତମ ସ୍ମୃତି ମହୋତ୍ସବରେ ମତ ପ୍ରକାଶ କରିଥିଲେ । ସ୍ମୃତିସାନ୍ତ୍ଵନା ପତ୍ରିକା ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଆୟୋଜିତ ସ୍ମୃତି ମହୋତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥି ମାନେ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ । ପତ୍ରିକାର ସମ୍ପାଦିକା ତଥା କାର୍ଯ୍ୟକ୍ରମର ଆବାହିକା ସବିତାରାଣୀ ବେହେରାଙ୍କ ଆବାହକତ୍ୱ ଓ କବୟିତ୍ରୀ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଭାବେ ଶିକ୍ଷାବିତ ଭବେଶ ଚନ୍ଦ୍ର ସାହୁ, ମୁଖ୍ୟ ଅତିଥି ଭାବେ ସାହିତ୍ୟିକା ବିଷ୍ଣୁପ୍ରିୟା ମହାପାତ୍ର, ସମ୍ମାନିତ ଅତିଥି ଭାବେ ଗାଳ୍ପିକା ମୋନାଲିସା ମିଶ୍ର, ମୁଖ୍ୟବକ୍ତା ଭାବେ କବି ରାଜୀବ ପାଣି ଓ ପୁସ୍ତକ ସମୀକ୍ଷକ ଭାବେ କବୀ ଅଙ୍ଗୁରବାଳା ପରିଡ଼ା ଯୋଗଦେଇଥିଲେ । ପ୍ରାରମ୍ଭରେ ଆବାହିକା ଶ୍ରୀମତୀ ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ, ସ୍ୱର୍ଗତ ଡ଼ଃ ରମେଶ ଚନ୍ଦ୍ର ବେହେରା ପୃଷ୍ଟପୋଷକତା ଓ ସ୍ୱର୍ଗତା ଇଂ ସାନ୍ତ୍ଵନା ବେହେରାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସଭାପତି ଶ୍ରୀ ସାହୁ ସଭାପତିତ୍ୱ ଅଭିଭାଷଣରେ ସାହିତ୍ୟର ପ୍ରତିବଦ୍ଧତା ଓ କବିଙ୍କ କଲମର ଦକ୍ଷତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସବିତାରାଣୀ ବେହେରାଙ୍କ କବିତା ପୁସ୍ତକ କବିତା ସବିତା ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ପୁସ୍ତକଟିକୁ ଶ୍ରୀମତୀ ପରିଡ଼ା ସମୀକ୍ଷା କରିବା ସହ ଶ୍ରୀମତୀ ବେହେରାଙ୍କ କଲମ ଅଧିକ ସଶକ୍ତ ହେଉ ବୋଲି କାମନା କରିଥିଲେ । ସମ୍ମାନିତ ଅତିଥି ଶ୍ରୀମତୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ଆମେ ସମସ୍ତେ ଶବ୍ଦର ନୈ।କାରେ ବସିଛୁ । ଏହାସହ ସମ୍ପାଦିକାଙ୍କ ସହ ବନ୍ଧୁତ୍ୱ ସମ୍ପର୍କ ଓ ଅନୁଷ୍ଠାନ ବିଷୟରେ କହିଥିଲେ । ମୁଖ୍ୟ ବକ୍ତା ଶ୍ରୀ ପାଣି ବିଶ୍ୱାସ ଓ ବନ୍ଧୁତ୍ୱ ସମ୍ପର୍କରେ ଆଲୋଚନା କରି ବିଭିନ୍ନ ଗଳ୍ପର ଉଦାହରଣ ଦେଇ କହିଲେ ଯେ ବ୍ୟବହାରିକ ଜୀବନରେ ଚେତନାର ପରିପ୍ରକାଶ ହେଉଛି ବିଶ୍ୱାସ । ଏହାସହ ଜୀବନର ଉଦ୍ଦେଶ୍ୟ, ଚେତନାର ଉତ୍ତରଣ, ଅନୁଭବର ପରିପକ୍ୱତା, ସମ୍ପର୍କର ସ୍ଥାୟିତ୍ୱ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀମତୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ସମ୍ପାଦିକା ଶ୍ରୀମତୀ ବେହେରାଙ୍କ ଉଦ୍ୟମ, ନିଷ୍ଠା ତଥା ସାହିତ୍ୟ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ପତ୍ରିକାର ଦୀର୍ଘାୟୁ କାମନା କରିଥିଲେ । ଏହି ଅବସରରେ ୨୦୨୪ ପାଇଁ କବି ସ୍ନେହଲତା ପଟ୍ଟନାୟକ, ନାଟ୍ୟକାର ଆର୍ତ୍ତତ୍ରାଣ ମହାପାତ୍ର, ୨୦୨୫ ପାଇଁ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଓ କବି ବଳରାମ ରାଉଳଙ୍କୁ ଉତ୍ତରୀୟ, ମେମୋଣ୍ଟୋ, ଶ୍ରୀଫଳ, ମୟୂର ପୁଚ୍ଛ, ପୁସ୍ତକ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମାନପତ୍ର ଗୁଡିକ ଚିନ୍ମୟୀ ପୁରୋହିତ, ସୁସ୍ମିତା ମହାପାତ୍ର, ସସ୍ମିତା ପ୍ରଧାନ, ଗୀତାଞ୍ଜଳି ବେହେରା ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଡ଼ଃ କିଶୋରୀ ଦାଶଙ୍କ ସଭାପତିତ୍ୱ, ଇଂ ଅଶୋକ ପଟ୍ଟନାୟକ ଓ ରଶ୍ମି ସାହୁଙ୍କ ସଂଯୋଜନାରେ ବିଷ୍ଣୁପ୍ରିୟା ମହାପାତ୍ର, ଜ୍ୟୋସ୍ନା ନାଏକ, ଡା ଗୀତାଞ୍ଜଳି ପତ୍ରୀ, ରଶ୍ମିବାଳା ରାଉତରାୟ, କୁଞ୍ଜବିହାରୀ ରାଉତ, ଜ୍ୟୋସ୍ନାରାଣୀ ପାତ୍ର, ମଞ୍ଜୁଳା ରଥ, ଅଙ୍ଗୁରବାଳା ପରିଡ଼ା, ନିକୁଞ୍ଜ ବିହାରୀ ଦାସ, ସୁସ୍ମିତା ମହାପାତ୍ର, ସ୍ନେହଲତା ନାୟକ, ସ୍ନେହଲତା ପଟ୍ଟନାୟକ, ମୋନାଲିସା ମିଶ୍ର, ରଶ୍ମି ସାହୁ, ଅଶୋକ ପଟ୍ଟନାୟକ, କିଶୋରୀ ଦାଶ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ପାଠାଗାରର ସମ୍ପାଦକ ଲକ୍ଷ୍ମଣନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟାକ୍ରମ ପ୍ରାରମ୍ଭରେ ସ୍ନେହଲତା ନାୟକ ସ୍ୱାଗତ ସଂଗୀତ ଓ କୁମାର ବେହେରା ଡ଼ଃ ରମେଶ ଚନ୍ଦ୍ର ବେହେରାଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିରୋଦ କୁମାର ରାଉତ, ବିଜୟ ରାୟ, ଉଦୟନାଥ ସାହୁ, ସୂର୍ଯ୍ୟ ନାରାୟଣ ପଣ୍ଡା, ବିଭୁ ଦତ୍ତ ବେହେରା, ଶମ୍ଭୁନାଥ ପରିଡ଼ା, ରାଜକୁମାର ମହାନ୍ତି, ପ୍ରବୋଧ ଜେନାଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.