ସୁନ୍ଦରଗଡ଼ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣରାଶି ବଣ୍ଟନ ସମାରୋହ

ରାଉରକଲା, (ସସ୍ମିତା ପ୍ରଧାନ) : ଭଞ୍ଜ ଭବନ, ରାଉରକେଲାରେ ଜିଲ୍ଲା ଶ୍ରମିକ କାର୍ଯ୍ୟାଳୟ, ରାଉରକେଲା, ଓ ଜିଲ୍ଲା ପ୍ରଶାସନ, ସୁନ୍ଦରଗଡ଼ ପକ୍ଷରୁ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ତଥା ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ବିଧାୟକ ରଘୁନାଥପାଲି ଦୁର୍ଗା ଚରଣ ତନ୍ତୀ, ମୁଖ୍ୟ ଅତିଥି, ମାନ୍ୟବର ବିଧାୟକ, ରାଉରକେଲା ସାରଦା ପ୍ରସାଦ ନାୟକ, ମାନ୍ୟବର ସାଂସଦ, ସୁନ୍ଦରଗଡ଼ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଆର୍ଥିକ ସହାୟତା ରାଶି ଓ ଯୋଜନା ସମ୍ବନ୍ଧରେ ଆଲୋକପାତ କରିବା ସହିତ ଉପସ୍ଥିତ ନିର୍ମାଣ ଶ୍ରମିକଙ୍କୁ ଏହି ସମ୍ବନ୍ଧରେ ସଚେତନ କରାଇଥିଲେ । ଏହି ବୈଠକରେ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ତଥା ସେମାନଙ୍କର ସନ୍ତାନ ସନ୍ତତି ଓ ଉତ୍ତରାଧିକାରୀମାନଙ୍କୁ ବିଭିନ୍ନ ସହାୟତା ରାଶି ଯଥା ଶିକ୍ଷାଗତ ସହାୟତା ରାଶି ୨୬ ଜଣଙ୍କୁ ଟଙ୍କା ୪,୧୨,୪୦୦, ପ୍ରସୂତି କାଳୀନ ସହାୟତା ରାଶି ୧୯ ଜଣ ଙ୍କୁ ଟଙ୍କା ୧,୯୦,୦୦୦, ବିବାହ ସହାୟତା ରାଶି ୫୧ ଜଣଙ୍କୁ ଟଙ୍କା ୨୫,୦୦,୦୦୦, ମୃତ୍ୟୁ କାଳୀନ ସହାୟତା ରାଶି ୧୫୧ ଜଣଙ୍କୁ ଟଙ୍କା ୩,୦୧,୦୦,୦୦୦, ଅନ୍ତ୍ୟେଷ୍ଟି କ୍ରିୟା ଜନିତ ସହାୟତା ରାଶି ୧୪୬ ଜଣଙ୍କୁ ଟଙ୍କା ୭,୩୦,୦୦୦, ସର୍ବମୋଟ ୩୯୩ ଜଣଙ୍କୁ ଟଙ୍କା ୩,୩୯,୩୨,୪୦୦, ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ । ଏହା ସହିତ ୨୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ ପରିଚୟ ପତ୍ରପ୍ରଦାନ କରାଯିବା ସହିତ ୫୦ ଜଣ ଅଣସଂଗଠିତ ଶ୍ରମିକଙ୍କୁ ନୂତନ ପରିଚୟ ପତ୍ରପ୍ରଦାନ କରାଯାଇଥିଲା । ଏହି ବୈଠକରେ ୭୦୦-୮୦୦ ନିର୍ମାଣ ଶ୍ରମିକ ଯୋଗଦାନ କରିଥିବା ସ୍ଥଳେ ଯୁଗ୍ମ ଶ୍ରମ ଆୟୁକ୍ତ ରାଉରକେଲା, ପ୍ରଣବ ରଞ୍ଜନ ଜେନା ସଭାକୁ ପରିଚାଳନା କରିଥିଲେ, ଗୋପାଳ କୃଷ୍ଣ ମଙ୍ଗରାଜ, ଜିଲ୍ଲା ଶ୍ରମ ଅଧିକାରୀ ରାଉରକେଲା, ସମସ୍ତ ସହକାରୀ ଶ୍ରମ ଅଧିକାରୀ, ଅନ୍ୟାନ୍ୟ କର୍ମଚାରୀ ଓ ବିଭିନ୍ନ ଟ୍ରେଡ ୟୁନୀୟନ୍ର କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.