ମେଣ୍ଡାକୁ ବ୍ଲକ ଘୋଷଣା ଦାବି ନେଇ ଦ୍ୱିତୀୟ ବୈଠକ

  • ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯିବ ଦାବିପତ୍ର

ତରଭା, (କେପିଏନ୍‌ଏସ୍‌) : ରାଜ୍ୟରେ ନୂତନ ବ୍ଲକ ପୁନଃର୍ଗଠନ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀଙ୍କ ସୂଚନା ପରେ ସୁବର୍ଣ୍ଣପୁର ଜିଲ୍ଲାର ସର୍ବ ପୁରାତନ ତଥା ବୃହତ ଗ୍ରାମ ଐତିହାସିକ ମେଣ୍ଡା ଗ୍ରାମ ପଞ୍ଚାୟତକୁ ବ୍ଲକ ଘୋଷଣା କରିବାକୁ ଦାବି ତେଜୁଛି । ମେଣ୍ଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ଗଠନ ସମ୍ପର୍କିତ ଦ୍ୱିତୀୟ ବୈଠକ ବସି କୋର କମିଟି ଗଠନ ନେଇ ଆଲୋଚନା କରାଯାଇଛି । ସଂଗଠକ ଇଂ. ମୁକୁନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅଞ୍ଚଳର ବହୁସଂଖ୍ୟାରେ ଲୋକମାନେ ଯୋଗଦେଇ ବ୍ଲକଗଠନ ନେଇ ନିଜ ନିଜ ମତ ଦେଇଥିଲେ । ଏଥିରେ ଐତିହାସିକ ଗ୍ରାମ ମେଣ୍ଡାରେ ବ୍ଲକ କରାଯିବାକୁ ପ୍ରସ୍ତାବ କରାଯାଇଛି । ଏହି ନୂତନ ବ୍ଲକରେ ମେଣ୍ଡା, ରାଣିସର୍ଡା, ଦେଉଳପଦର, ପାଇକବାହାଲ, ପୁଆ, ଜରାଜାରିଂ, ନାରାୟଣପୁର, ବଲାଡି, ଛକୋରମାଲ ଓ ଶିବତଳା ପଞ୍ଚାୟତକୁ ନେଇ ଗଠନ କରାଯିବାକୁ ପ୍ରସ୍ତାବ କରାଯାଇଛି । ପ୍ରସ୍ତାବିତ ବ୍ଲକ ଅଞ୍ଚଳର ପଞ୍ଚାୟତ ପ୍ରତିନିଧି ଓ ଲୋକପ୍ରତିନିଧି ତଥା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଏମାନେ ଭେଟି ଆଲୋଚନା କରି ସେମାନଙ୍କର ମତ ନେଇ ଆଜିର ବୈଠକରେ ଏହାକୁ ଉପସ୍ଥାପନା କରାଯାଇଥିଲା । ଆଗକୁ ପ୍ରତ୍ୟେକ ପଞ୍ଚାୟତକୁ ଯାଇ ଲୋକଙ୍କ ସହିତ ଆଲୋଚନା କରି କମିଟି ଗଠନ କରାଯିବ ଓ ରାଜ୍ୟ ସରକାରଙ୍କୁ ବ୍ଲକ ଗଠନ ନେଇ ଦାବିପତ୍ର ପ୍ରଦାନ କରାଯିବ ବୋଲି ପ୍ରସ୍ତାବ କରାଯାଇଛି । ତରଭା ବ୍ଲକରେ ୨୧ଟି ପଞ୍ଚାୟତ ଥିବା ବେଳେ ଏଥିରୁ ମେଣ୍ଡା ଅଞ୍ଚଳର ୬ଟି ପଞ୍ଚାୟତ ପଛୁଆ ରହିଛି । ସରକାର ଦ୍ୱାର ମୁହଁରେ ସୁଶାସନ ପହଞ୍ଚାଇବାକୁ ଘୋଷଣା କରୁଥିବା ବେଳେ ବିକଶିତ ଓଡିଶା ଗଠନରେ ଏହି ଅଞ୍ଚଳ ସାମିଲ ହେବାକୁ ଆଗଉଛି । ଐତିହାସିକ ପୃଷ୍ଠଭୂମୀ ଥିବା ତଥା ଏକ ପୁରାତନ ଗଡଭାବରେ ପରଗଣିତ ମେଣ୍ଡାକୁ ବ୍ଲକ ଗଠନ ଦାବି ଯଥାର୍ଥ ବୋଲି ଉପସ୍ଥିତ ଶତାଧିକ ଜନସାଧାରଣ ମତପ୍ରକାଶ କରିଥିଲେ । ଏହି ବୈଠକରେ ନରହରୀ ପୂଜାହାରୀ ମେଣ୍ଡା ଶୁଣୀଙ୍କ ଆଜ୍ଞମାଳ ଆଣି ବୈଠକର ଶୁଭ କାମନା କରିଥିଲେ । ବୈଠକରେ ନାରାୟଣ ଝାଙ୍କର, ଶୁଶୀଳ ଯୋଷୀ, ପ୍ରସନ୍ନ ପର୍ଡିଆ, ପ୍ରଦିପ୍ତ କର, କ୍ଷମାନିଧି ଝାଙ୍କର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, କୀର୍ତ୍ତନ ଦୀପ, ସନ୍ତୋଷ ଦାସ, କିଶୋର ପଣ୍ଡା, ପ୍ରମୋଦ ପର୍ଡିଆ, ନକୁଳ କର୍ଣ୍ଣ, ସୁରେନ୍ଦ୍ର ପର୍ଡିଆ, ଅଶୋକ ବିଶି, ହୃଷିକେଶ ପାତ୍ର, ଡୁବୁଲ ଦଣ୍ଡସେନା, ବିପିନ ନାଗ, ସୁରେଶ କର୍ଣ୍ଣ, ରାଣିସର୍ଡା ସରପଞ୍ଚ ବାଃଳଗୋପାଳ କର୍ମୀ, ସମିତିସଭ୍ୟ ଭୁବନ ଦନ୍ତା ପ୍ରମୁଖ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ମେଣ୍ଡାରେ ବ୍ଲକ ସ୍ଥାପନ ପର୍ଯ୍ୟନ୍ତ କୋରକମିଟି ଜନସାଧାରଣ ଓ ସରକାରଙ୍କ ସହିତ ସଂଯୋଗ ସ୍ଥାପନ କରିବେ ବୋଲି ପ୍ରସ୍ତାବ କରାଯାଇଛି । ମେଣ୍ଡା ହିଁ ବ୍ଲକ ଗଠନ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ବ୍ଲକ ଦାବିକୁ ପରିଚାଳନା ପାଇଁ ଭୀକାରୀ ମେହେରଙ୍କ ନେତୃତ୍ୱରେ ଏକ ଅର୍ଥ କମିଟି ମଧ୍ୟ ଗଠନ କରାଯାଇଥିଲା । ଆଗକୁ ଖୁବ ଶୀଘ୍ର ବ୍ଲକଗଠନ ଦାବିର ଦାବିପତ୍ର ଜିଲ୍ଲା ପ୍ରଶାସାନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବ ବୋଲି ପ୍ରସ୍ତାବ କରାଯାଇଛି । ବୈଠକରେ ସନାତନ କର୍ମୀ, ବାଳଗୋପାଳ ପଣ୍ଡା, ଦାସରଥି ପଣ୍ଡା, ମହାଦେବ ଜେନା, ହାଡୁ ଜେନା, ରାଜୀବ ଯୋଷୀ, ଜିତେନ୍ଦ୍ରୀୟ ପଣ୍ଡା, ଟଙ୍କଧର ମେହେର, ନିରଂଞ୍ଜନ ଟାଲି, ନରୋତ୍ତମ ମଲ୍ଲିକ, ଧିରେନ୍ଦ୍ର ଝାଙ୍କର, ବିଭୁତିଭୂଷଣ ଝାଙ୍କର, ସିଦ୍ଧାର୍ଥ ଅଗ୍ରୱାଲ ପ୍ରମୁଖଙ୍କ ସହିତ ଶତାଧିକ ଲୋକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.