ସମ୍ବଲପୁରରେ ଆଜି ବିଜେପିର ଚାଷୀ ସମାବେଶ

ସମ୍ବଲପୁର : ଚାଷୀ ମାନଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପାଖରେ ବାରମ୍ବାର ଗୁହାରି ସତ୍ତ୍ୱେ ସୁଧୁରୁନି ସ୍ଥିତି । ମଣ୍ଡିରେ ପଡି ରହିଛି ବସ୍ତା ବସ୍ତା ଧାନ । ଟୋକୋନ୍‌‌ ବ୍ୟବସ୍ଥା ଯୋଗୁ ଚାଷୀ ହେଉଛନ୍ତି ହନ୍ତସନ୍ତ । ବୋଝ ଉପରେ ନଳିତା ବିଡା ଭଳି ଧାନ କଟନୀ ଛଟନୀର ବି ସମସ୍ୟା ଭୋଗୁଛନ୍ତି ଚାଷୀ । ତେବେ ଏଭଳି ସ୍ଥିତିରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ସମ୍ବଲପୁରରେ ଏକ ବିଶାଳ ଚାଷୀ ସମାବେଶର ଆୟୋଜନ କରାଯାଇଛି । ଏହି ସମାବେଶ ଆଜି ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଆରଡିସି ଅଫିସ୍‌ ଘେରାଉ କରିବ । ଏହି ସମାବେଶରେ ୫୦ ହଜାରରୁ ଅଧିକ ଚାଷୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ସବୁ ସମୟରେ ଚାଷୀ ଅବହେଳିତ ହୋଇ ରହି ଆସିଥିବା ବେଳେ ରାଜ୍ୟ ସରକାର କେବଳ ମଣ୍ଡି ମିଲର ମାନଙ୍କ ପକେଟ୍‌ ଭରିବା କଥା ଚିନ୍ତା କରୁଛନ୍ତି ବୋଲି ଚାଷୀ ମାନଙ୍କ ବଡ ଅଭିଯୋଗ ରହିଛି ।

Leave A Reply

Your email address will not be published.