ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଆମେରିକାର ୪୬ ତମ ନବ ନିର୍ବାଚିତ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ୍ଉ ଓ ପରାଷ୍ଟ୍ରପତି ଭାବରେ କମଳା ହାରିସ ଶପଥ ନେଇଛନ୍ତି । ତେବେ ସେମାନଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ମୋଦି ଲେଖିଛନ୍ତି ଯେ, ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜୋ ବାଇଡେନଙ୍କୁ ଶୁଭେଚ୍ଛା । ସେ ଆଶା ପ୍ରକାଶ କରିଛନ୍ତି ଭାରତ-ଆମେରିକା ସଂପର୍କ ଅଧିକ ସୁଦୃଢ଼ ହେବ । ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଶିଖରକୁ ନେବାକୁ ମିଳିତ ଭାବେ କାମ କରିବୁ । ମୂଲ୍ୟବୋଧର ଭିତ୍ତିଭୂମିରେ ଉଭୟ ଦେଶର ସଂପର୍କ ଦୃଢ଼ୀଭୂତ ହେବ ।

Leave A Reply

Your email address will not be published.