ଭୁବନେଶ୍ୱର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ । ମୃତ ପ୍ରଧାନ ଶିକ୍ଷୟିତ୍ରୀ ହେଲେ ଗୁନେଇବିଲି ଗାଁର ପ୍ରଭାତୀ ଦେହୁରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗୁନେଇବିଲି ଗ୍ରାମରେ । ସୂଚନା ଯୋଗ୍ୟ ଯେ, ପ୍ରଭାତୀ ତୁମୁସିଙ୍ଗା ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଆଜିକୁ ଦୁଇ ବର୍ଷ ତଳେ ତାଙ୍କ ସ୍ୱାମୀ ସତ୍ୟାନନ୍ଦ ପଧାନଙ୍କର ମୃତ୍ୟୁ ହୋଇଥିଲା । ତେବେ ଆଜି ଏକ ବନ୍ଦ କୋଠରୀରୁ ପ୍ରଭାତୀଙ୍କ ମୃତଦେହ ଉଦ୍ଧାର ହୋଇଯାଇଛି । ତାଙ୍କର ସନ୍ଦେହ ଜନକ ମୃତ୍ୟୁକୁ ନେଇ ଏବେ ସସପେନ୍ସ ବଢି ଲାଗିଛି । ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଖବର ପାଇ ଘଟଣା ସ୍ଥଳରେ ତୁମୁସିଙ୍ଗା ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିବା ସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି ।
Prev Post