ଫାଇଲେରିଆ ବଟିକା ଖାଇ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ଫାଇଲେରିଆ ବଟିକା ଖାଇ ମହିଳାଙ୍କ ମୃତ୍ୟୁ । ଡାକ୍ତରଖାନା ଘେରାଉ କଲେ ପରିବାର ଓ ଗ୍ରାମବାସୀ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମଧ୍ୟପୁର ଗାଁରେ । ସୂଚନା ମୁତାବକ ମଧ୍ୟପୁର ଗାଁର ସୁଧୀର ନାଏକଙ୍କ ସ୍ତ୍ରୀ ଅଞ୍ଜଳି ନାଏକଙ୍କୁ ଗତକାଲି ଆଶା ଫାଇଲେରିଆ ଔଷଧ ଖୁଆଇଥିବା ବେଳେ ରାତିରେ ସେ ଗୁରୁତର ହୋଇପଡ଼ିଥିଲେ । ଫଳରେ ପରିବାର ଲୋକେ ତାଙ୍କୁ ବେଲପଡା ଡାକ୍ତରଖାନା ଆଣିଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଫାଇଲେରିଆ ଔଷଧ ଖାଇ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିବାରୁ ଡାକ୍ତରଖାନା ତରଫରୁ ଏହି ଅଭିଯୋଗକୁ ଖଣ୍ଡନ କରି ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଡାକ୍ତର କହିଛନ୍ତି । ଏହାକୁ ନେଇ ପରିବାର ଓ ଗ୍ରାମବାସୀ ବେଲପଡା ଡାକ୍ତରଖାନା ଘେରାଉ କରିଥିଲେ । ଘଟଣା ସ୍ଥଳରେ ବେଲପଡା ତହସିଲଦାର ଓ ଥାନାଅଧିକାରୀ ପହଞ୍ଚି ଗାଁ ଓ ପରିବାର ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.