ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୀବନରେ ଭଳ ବନ୍ଧୁଟି ଥିଲେ ଜୀବନରେ ବନ୍ଧୁର ବନ୍ଧୁତ୍ୱକୁ କେତେ ନିଭାଏ ତାହା ସେହି ବନ୍ଧୁ ବନ୍ଧୁତ୍ୱକୁ ବୁଝିପାରିବ । ଯଦି ବନ୍ଧୁ ବନ୍ଧୁର ବୈମାନି କରେ ତେବେ ବନ୍ଧୁ ବନ୍ଧୁ ମଧ୍ୟରେ ବନ୍ଧୁତ୍ୱା ମଧ୍ୟରେ ଫାଟ ସୃଷ୍ଟି ହୁଏ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଜାମସେଠ ପଞ୍ଚାୟତ ଭେରୁଆମୁଣ୍ଡା ସ୍କୁଲ ପଡ଼ାରେ ରହନ୍ତି ଦୁଇ ବାଲ୍ୟବନ୍ଧୁ ଜଗନ୍ନାଥ ତାଣ୍ଡି(୧୬) ଓ ପବିତ୍ର ବାଗ (୧୬) । ଦୁହେଁ ବାଲ୍ୟକାଳରୁ ଭଳ ବନ୍ଧୁତା ରହିଛି । ପାଖ ଅଙ୍ଗନବାଡ଼ି , ଗାଁ ସ୍କୁଲରେ ପାଠ ପଢ଼ି ଏବେ ମାଣ୍ଡୋସିଲ ଯୁକ୍ତ ଦୁଇରେ ପବିତ୍ର ବାଗ ଶେଷ ବର୍ଷ ଛାତ୍ର ହୋଇଥିବା ବେଳେ । ଜଗନ୍ନାଥ ତାଣ୍ଡି ଜନ୍ମରୁ ଜଣେ ଦିବ୍ୟାଙ୍ଗ ହେଲେ ବି ମନରେ ରହିଛି ଅପୂର୍ବତା । ପାଠପଢା ସହିତ ଗୀତ, ନାଚରେ ପାରମଙ୍ଗାତା ରହିଛି । ନିଜ ସ୍କୁଲ ମାଟି ତଥା କଲେଜରେ ନିଜ ବାର୍ଷିକୋତ୍ସବରେ ଗୀତନାଚରେ ବେଶ ଚର୍ଚ୍ଚାରେ ରହିଛନ୍ତି । ହେଲେ ପବିତ୍ରର ତା ସାଙ୍ଗ ପ୍ରତି ରହିଛି ଅଗାଢ ପ୍ରେମ । ଦୁହେଁ ଏକାଠି ପଢନ୍ତି, ଖେଳନ୍ତି । ଜଗନ୍ନାଥଙ୍କ ପାଇଁ ସାଜିଛନ୍ତି ଆଶାର ଆଲୋକ । ଦୁହେଁଙ୍କ ମଧ୍ୟରେ କଳିକଜିଆ ରହିଲେ ବି ଦୁହେଁ ପରଦିନ ମିଶି ଯାଆନ୍ତି । ଭେରୁଆମୁଣ୍ଡାରୁ ମାଣ୍ଡୋସିଲ କଲେଜ ରହିଛି ୭ କିଲୋମିଟର । ପ୍ରତିଦିନ ପବିତ୍ର ତା ସାଙ୍ଗ ଜଗନ୍ନାଥ ଘରକୁ ଯାଇ ଜଗନ୍ନାଥଙ୍କୁ ବାଇକରେ ବସାଇ ନେଇ ସ୍କୁଲକୁ ପାଠ ପଢ଼ିବାକୁ ଯାଆନ୍ତି । ଜଗନ୍ନାଥଙ୍କ ପାଇଁ ସାଜିଛନ୍ତି ଜଣେ ସାରଥୀ । ଦୁହେଁ କଲେଜକୁ ଗଲାବେଳେ ବାଟରେ ଯିଏ ବି ଦେଖନ୍ତି କହନ୍ତି ସାଙ୍ଗ ହେବତ ଏମିତି । ଯେଉଁ ଦିନ ପବିତ୍ର କଲେଜ ନଗଲେ ବି ଜଗନ୍ନାଥକୁ ନେଇ ଦିଅନ୍ତୁ ଓ ଆଣିବାକୁ ଯାଆନ୍ତି । ଦୁହେଁ ପାଠପଢାରେ ବହୁ ଇଛା ଭଳ ପାଠ ପଢ଼ି ଶିକ୍ଷକ ହେବାକୁ ଲକ୍ଷ୍ୟ ରଖିଛନ୍ତି । ଜଗନ୍ନାଥ ଦିବ୍ୟାଙ୍ଗ ଭତ୍ତା ୧୨ ଶହ ଟଙ୍କା ପ୍ରତି ମାସରେ ପାଉଥିବା ବେଳେ ଏଯାଏ ନୂତନ ସରକାରଙ୍କ ବର୍ଦ୍ଧିତ ଭତ୍ତା ପାଉନାହାନ୍ତି । ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ଜଗନ୍ନାଥଙ୍କ ପରିବାର ଦାବି କରିଛନ୍ତି ।