oom

କୁଶଙ୍ଗ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା

jsmm

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଚିଦାନନ୍ଦ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଶଙ୍ଗ ସରପଞ୍ଚ ଗୀତାଞ୍ଜଳି ପଟେଲ, ସମ୍ମାନୀତ ଅତିଥି ସାଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ, କୁଶଙ୍ଗ ସି. ଆର. ସି. ସି. ନେପାଳ ବର୍ଗେ, ସରଗାଡ ସି. ଆର. ସି. ସି. ଶରତ ପଧାନ ପ୍ରମୁଖ ମଂଚାସୀନ ଥିଲେ । ସହକାରୀ ଶିକ୍ଷକ କରୁଣା କର ପଟେଲ ଉଦ୍‌ଘାଟନୀ ସଭାରେ ସଂଯୋଜନା କରିଥିବା ବେଳେ ଉତଯାପନୀ ସଭାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଟଙ୍କଧର ଭୋଇ ସଭାପତିତ୍ୱ କରିଥିଲେ । ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କରୁଣାକର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାରେ ୯ ଟି ବିଦ୍ୟାଳୟରୁ ୯୦ ଜଣ ଛାତ୍ରଛାତ୍ରୀ, ୫୦ ଜଣ ଅଭିଭାବକ ଅଭିଭାବିକା ଓ ୧୫ ଜଣ ଏଫ୍ ଏଲ ଏନ ଶିକ୍ଷକଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.