ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ

ଭୁବନେଶ୍ଵର : ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଛି । ଆରମ୍ଭରୁ ଆଟାକିଂ ମୁଡ୍‌ରେ ବିରୋଧୀ । ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧୀ ଆଇନଶୃଙ୍ଖଳାକୁ ବଡ଼ ପ୍ରସଙ୍ଗ କଲା କଂଗ୍ରେସ । ଧାନର କଟନି ଛଟିନୀକୁ ନେଇ ବିଜେଡିର ହଙ୍ଗାମା । ଗୃହର ମଧ୍ୟଭାଗକୁ ଆସି ନାରାବାଜି କଲେ ଉଭୟ ବିଜେଡି ଓ କଂଗ୍ରେସ । ଚାଲିପାରିଲାନି ଗୃହ । ବିରୋଧୀଙ୍କ ପ୍ରବଳ ହୋହାଲ୍ଲା ଯୋଗୁଁ ବିଧାନସଭାରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗରେ କଂଗ୍ରେସ ପ୍ରବଳ ହୋହାଲ୍ଲା କରିଛି । ଯାହାଫଳରେ ବାଚସ୍ପତି ମଧ୍ୟାହ୍ନ ୧୨ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି।

Leave A Reply

Your email address will not be published.