ବିବାଦର ବିକଳ୍ପ ସମାଧାନ, ସ୍ଥାୟୀ ଲୋକ ଅଦାଲତ ଓ ଆଇନ ସେବା ପ୍ରାଧିକରଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଆଇନରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଜିଲ୍ଲା ନ୍ୟାୟାଧିଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ. ପବିତ୍ର ମୋହନ ସାମଲଙ୍କ ଅନୁମତି କ୍ରମେ ମହଲେଇ ଗ୍ରାମ ଫଚାୟତ ପରିସରରେ ବିବାଦର ବିକଳ୍ପ ସମାଧାନ, ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା) ଓ ଆଇନ ସେବା ପ୍ରାଧିକରଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତତ୍‌ସହିତ ଜେଜେସିପିସି ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା)ର ଅଧ୍ୟକ୍ଷ ବିମଲ କୁମାର ଚାନ୍ଦ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ, ଜେଏମ୍‌ଏଫ୍‌ସି ତୁଷୁରା ଏଚ ରେହମାନ ସିଦ୍ଧିକ, ଦେଉଗାଁ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟରଂଜନ କୁମାର, ମହଲେଇ ଗ୍ରାମ ପଂଚାୟତର ପିଇଓ ବିରେନ୍ଦ୍ର ନାଗ, ସ୍ଥାନୀୟ ସରପଂଚ ଚିତରଂଜନ ସାହୁ ଏବଂ ସମିତି ସଭ୍ୟା ସମ୍ମିତ ଭୋଇ ଯୋଗଦେଇଥିଲେ । ଏହି ଶିବିରରେ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଚାନ୍ଦ ବିକଳ୍ପ ସମାଧାନ ବ୍ୟବସ୍ଥା ଓ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା)ର ରହିଥିବା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ । ସଚିବ ଶ୍ରୀଯୁକ୍ତ ପ୍ରଧାନ ବିକଳ୍ପ ସମାଧାନ ବ୍ୟବସ୍ଥା ଓ ଏହାର ଉପକାରିତା ତତ୍‌ସହିତ ଆଇନ ସେବା ପ୍ରାଧିକରଣର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ତଥା ମାଗଣା ଆଇନ ସେବା ଉପରେ ସୂଚନା ଦେଇଥିଲେ । ଆସନ୍ତା ମାର୍ଚ୍ଚ ୦୮ ତାରିଖରେ ପ୍ରଥମ ରଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାର ସୂଚନା ଦେଇଥିଲେ । ଉକ୍ତ ଶିବିରେ ଶ୍ରୀଯୁକ୍ତ ସିଦ୍ଦିକ. ଜେଜେସିପିସି ନିୟମ ଉପରେ ଆଇନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ କୁମାର ଜନସାଧାରଣମାନେ କିଭଳି ବିକଳ୍ପ ସମାଧାନ ବ୍ୟବସ୍ଥାର ଉପଯୋଗ କରିପାରିବେ ସୂଚାଇଥିଲେ । ଏଥିରେ ଉକ୍ତ ପଚାୟତର ଶତାଧିକ ମହିଳା ଓ ପୁରୁଷମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.