ପୋଲିସ ବ୍ୟାରେକରେ କାର୍ଯ୍ୟରତ ରିଜର୍ଭ ପୋଲିସ କନେଷ୍ଟବଳଙ୍କ ମୃତ୍ୟୁ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୋଲିସ ବ୍ୟାରେକରେ ଜଣେ ରିଜର୍ଭ ପୋଲିସ କନେଷ୍ଟବଳଙ୍କ ଅସ୍ୱାଭାବିକ ଭାବରେ ଶୋଇଥିବା ସମୟରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ପୋଲିସ ଜଣକ ଦିଲ୍ଲୀପ କୁମାର ମିଶ୍ର(୫୦) ବୋଲି ଜଣାପଡ଼ିଛି । ଦିଲ୍ଲୀପ ସୁବର୍ଣ୍ଣପୁର ରିଜର୍ଭ ପୋଲିସରେ କନେଷ୍ଟବଳ ଭାବରେ କର୍ଯ୍ୟରତ ରହିଥିଲେ । ବିନିକା ସହର ଠାରେ ଚାଲୁଥିବା ପାପକ୍ଷୟ ଲୋକ ମହୋତ୍ସବ ପାଇଁ କାର୍ଯ୍ୟରେ ଆସିଥିଲେ । ଗତକାଲି କାମ ସାରିବା ପରେ ପୋଲିସ ବ୍ୟାରେକକୁ ଯାଇ ରାତିରେ ଶୋଇଥିଲେ । ସକାଳୁ ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ଉଠାଇବା ବେଳେ ସେ ଆଉ ଉଠିନଥିଲେ । ପରେ ପୋଲିସ ବ୍ୟାରେକକୁ ଡାକ୍ତର ଆସି ତାଙ୍କୁ ମୃତ ଘୋଷଣା କରିଥିଲେ । ସମ୍ବାଦ ଲେଖା ହେବା ପର୍ଯ୍ୟନ୍ତ ମୃତଦେହ ପୋଲିସ ବ୍ୟାରେକରେ ପଡ଼ିରହିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ଉଠାଯିବ ବୋଲି ପୋଲିସ ପାଖରୁ ସୂଚନା ମିଳିଛି । କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସୁଚନା ମିଳିଛି ।

Leave A Reply

Your email address will not be published.