csstore

ଏଡିଇଓଙ୍କ ଘରେ ଭିଜିଲାନ୍ସ ରେଡ୍ : ଏକକାଳୀନ ୭ଟି ସ୍ଥାନରେ ଚଢାଉ

କୋରାପୁଟ, (ଏସ୍‌. ସୁନ୍ଦରମ୍‌) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ରହୁଥିବା (ଏଡିଇଓ) ପାର୍ଥ ସାରଥୀ ବିଷୋୟୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି । ଏକକାଳୀନ ୭ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଥିବା ଏସ୍‌ ପାର୍ଥ ସାରଥି ବିଷୋୟୀଙ୍କ ଘର, ସେହି ଗ୍ରାମରେ ଥିବା ତାଙ୍କ ଭାଇ ଏବଂ ସମ୍ପର୍କୀୟଙ୍କ ଘର, ଚମ୍ପିଆ ଗ୍ରାମରେ ଥିବା ତାଙ୍କ ଆଉ ଏକ ଘର, ଚମ୍ପିଆ ଠାରେ ଥିବା ସାଇ କୃଷ୍ଣ ଏଣ୍ଟରପ୍ରାଇଜେସ୍ ନାମକ କାଜୁ ପ୍ରୋସେସିଂ ୟୁନିଟ୍‌, ବୋରିଗୁମ୍ମାରେ ଥିବା ୩ ମହଲା ବିଶିଷ୍ଟ ଘର, କୋଟପାଡ ବ୍ଲକ ଅନ୍ତର୍ଗତ ବତାସନା ଜି.ପି. ଠାରେ ଥିବା ଅଫିସ୍‌ ଚାମ୍ୱରରେ ଏକକାଳୀନ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି ।

jayashree
Leave A Reply

Your email address will not be published.