csstore

ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷା, ଖାଦ୍ୟ ଓ ଭିତ୍ତିମି ସମ୍ପର୍କିତ ସମୀକ୍ଷା ବୈଠକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ୯ଟି ବ୍ଲକରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟରେ କେବଳ ଭିତ୍ତିଭୂମି ନୁହେଁ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପ୍ରଦାନ କରାଯାଉଥିବା ଖାଦ୍ୟ,ପୋଷାକ ଓ ସେମାନଙ୍କୁ କିଭଳି ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯାଇପାରିବ ସେ ସମ୍ପର୍କରେ ଏକ ତ୍ରୟମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ସହ ନୂଆ ହଷ୍ଟେଲ ନିର୍ମାଣ, ହଷ୍ଟେଲର ପୁନଃ ନିର୍ମାଣ, ପାନୀୟ ଜଳ ସମସ୍ୟା ଦୂର କରିବା ଭଳି ବିଭିନ୍ନ ଅଭାବ ଅସୁବିଧା ଉପରେ ଆଲୋଚନା କରଯାଇଥିଲା । ସମୂନୀତ ଆଦିବାସୀ ଉନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଉପଖଣ୍ଡ ମଙ୍ଗଳ ଅଧିକାରୀ ବିଭୀଷଣ ଭୋଇ, ଉମେଶ ଚନ୍ଦ୍ର ପ୍ରଧାନ, ବିଭାଗୀୟ ସହକାରୀ ଅଧିକ୍ଷଣ ଯନ୍ତ୍ରୀ ବୈକୁଣ୍ଠ ବେହେରା, ସହକାରୀ ଯନ୍ତ୍ରୀ କବିରାଜ ବେହେରା, ପବିତ୍ର ସାହୁ, ବୁଦ୍ଧି ରାମ ମୁର୍ମୁଙ୍କ ସମେତ ସମସ୍ତ ବ୍ଲକର ମଙ୍ଗଳ ସଂପ୍ରସାରଣ ଅଧିକାରୀ ବୁରୁମାଝି ପଡ୍ରା, ଦୀପକ କୁମାର ସିଂ, ଉର୍ମିଳା ପ୍ରଧାନ, ରୋଷାଳିନୀ ନାୟକ, ଆୟୁସୀ ପ୍ରଧାନ, ଦୀପକ କୁମାର କୁଆଁର ପ୍ରମୁଖ ଯୋଗଦେଇଥିଲେ । ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର କହିଛନ୍ତି ଯେ, ବିଦ୍ୟାଳୟ ଓ ହଷ୍ଟେଲ ଗୁଡିକର ଭିତ୍ତିଭୂମିକୁ ସୁଦୃଢ କରିବା ସହ ଉନ୍ନତ ମାନର ଶିକ୍ଷା ପ୍ରଦାନ ସହ ଖାଦ୍ୟ ପ୍ରଦାନ, ସ୍ଵଚ୍ଛତା ପରିବେଶ, ପାଣି ସମସ୍ୟା ଦୂର, ସମେତ ଭିତ୍ତିଭୂମି ଉପରେ ଗୁରୁତ୍ଵ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

jayashree
Leave A Reply

Your email address will not be published.