ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଥାନାରେ ନୂତନ ଥାନା ଅଧିକାରୀଣୀ ଭାବେ ଯୋଗଦେଲେ ଶ୍ରୀମତୀ କଲ୍ୟାଣୀ ବେହେରା । ସେ ପୂର୍ବରୁ ବରଗଡ଼ ବିଜେପୁର ଠାରେ ଥାନାଧିକାରିଣୀ ଭାବେ କାର୍ଯ୍ୟ ଦାୟିତ୍ଵ ତୁଲାଉଥିଲେ । ବୁଧୁବାର ଦିନ ସେ ଟିଟିଲାଗଡ଼ ଥାନାରେ ଆସି ଯୋଗଦେଇଛନ୍ତି । ଯୋଗ ଦେବା ପରେ ଟିଟିଲାଗଡ଼ ସହରରେ ଲାଗି ରହିଥିବା ଟ୍ରାଫିକ ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବି ବୋଲି ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ସେହିପରି ଆଗକୁ ଲୋକଙ୍କୁ ଟ୍ରାଫିକ ନୀୟମ ଉପରେ ସଚେତନତା କାର୍ଯ୍ୟକ୍ରମ ଓ ଆଇନ ନ ମାନିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।