oom

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ଦଳ ପକ୍ଷରୁ ପାଇକମାଲ ମଣ୍ତଳ ସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ବରଗଡ ସାଂସଦଙ୍କ ପାଇକମାଲ ସ୍ଥିତ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଏହା ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲା ବିଜେପି ଉପ ସଭାପତି ସରୋଜ ସାମଲ ଯୋଗଦେଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସ୍ମୃତି ଚାରଣ କରିବା ସହିତ ଭାରତୀୟ ଜନତା ପାର୍ଟି ପ୍ରତି ତାଙ୍କର ଅବଦାନ ଓ ସମାଜଙ୍କୁ ନେଇ ଉତ୍‌ତ୍ତମ ବିଚାର ଧାରାରେ ଚାଳିବା ପାଇଁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନାଭିମୁଖୀ କାର୍ଯ୍ୟକ୍ରମଙ୍କୁ ଭାରତର ପ୍ରତିଟି ନାଗରିକଙ୍କ ପାଖରେ ରଖିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୁଶାନ୍ତ ନାଗ, ରୋଶନ ପାଣିଗ୍ରାହୀ ,କୌଲାସ ଦିଶ୍ରୀ, ଅକ୍ଷୟ ସାହୁ, ସଂଜୟ ବେହେରା, ମହେନ୍ଦ୍ର ସାହୁ, ପୁରୁଷୋତ୍ତମ ନାଏକ, ଯୋଗେନ୍ଦ୍ର ଭୋଇ, ସୁବାଷିନୀ ପ୍ରଧାନ, ସଖି ବରିହା ପ୍ରମୁଖ ଉପସ୍ଥିତ ରହି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଅପର୍ଣ କରିଥିଲେ ।

jittmm
Leave A Reply

Your email address will not be published.