csstore

ବରତୁଣ୍ଡା ଗାଁରେ ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ବରତୁଣ୍ଡା ଗାଁରେ ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବରତୁଣ୍ଡା ଗାଁର ଝାଙ୍କର ଅମୃତ ଭୋଇ ପୂଜାର୍ଚ୍ଚନା କରିଥିଲେ । ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଦୁର୍ଦ୍ଦକ୍ଷ ହଂସ, ବିଶେଷ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ସମ୍ମାନିତ ଅତିଥି ଭାବେ କପିଲାଭଟା ପଞ୍ଚାୟତର ସମିତି ସଭ୍ୟ କେଦାର ଭୋଇ, ବସନ୍ତ ରାଉତ, ଅଭିରାମ ସୁଲିଆ, ନାଏବ ସରପଞ୍ଚ ଝସକେତନ ସାହୁ, ଶୁଭାକର ନାଗ, ତେଜରାଜ ଭୋଇ, ତରଣୀ ନାଗ ପରମେଶ୍ୱର ମହାନନ୍ଦ, ଧର୍ମେନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଉଦ୍‌ଘାଟନୀ ମ୍ୟାଚ୍‌ରେ ସନ୍ଧିସର ଓ ସିନ୍ଧିଭାଡ଼ି ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ସିନ୍ଧିଭାଡ଼ି ଦଳକୁ ପରାସ୍ତ କରି ସନ୍ଧିସର ଦଳ ବିଜୟୀ ହୋଇଛି । ନବୀନ ପୁଟେଲ ଓ ରମେଶ ନାଗ ଖେଳ ପରିଚାଳନା କରିଥିଲେ । ଆୟୋଜକ କମିଟିର ଆଶିଷ ଯାନୀ, ଅଙ୍କିତ ରାଉତ, ଯୋଗିନ ଭୋଇ, ମହେଶ୍ୱର ପୁଟେଲ, ଇନ୍ଦ୍ର ଭୋଇ, ଡୋଲେଶ୍ୱର ଭୋଇ,ମକରଧ୍ୱଜ ନାଗ, ପ୍ରତାପ ନାଗ ପ୍ରମୁଖ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.