ରୁଗୁଡ଼ିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଣ୍ଡାପଥର ପଞ୍ଚାୟତ ରୁଗୁଡ଼ିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଧାନ ସେଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସରପଞ୍ଚ ଶ୍ରୀମତି ଦେମନ୍ତୀ ଖେତି ଓ ସମ୍ମାନିତ ଅତିଥି ଭାବରେ ଏବିଇଓ ଅଜିତ ମିଶ୍ର ଓ ଏବିଇଓ ଦାଶରଥି ଥନାପତି ମୁଖ୍ୟବକ୍ତା ଭାବେ ସିଆର୍‌ସିସି ସତ୍ୟ ନାରାୟଣ ସେନାପତି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । ମାନସ କୁମାର ନାଥ ସଭା ପରିଚାଳନା, ପ୍ରଧାନଶିକ୍ଷକ ଶ୍ରୀ ସେଠ ବିବରଣୀ ପଠନ କରିଥିଲେ । ଏହି ଅବସରର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଆଦର୍ଶ ଗୁରାଣ୍ଡିଙ୍କୁ ଶ୍ରେଷ୍ଠ ଛାତ୍ର ଓ ଅର୍ଚ୍ଚିତା ଦଳେଇଙ୍କୁ ଶ୍ରେଷ୍ଠ ଛାତ୍ରୀ ଭାବରେ ପୁରସ୍କୃତ ହୋଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ଡଙ୍ଗରପଡ଼ା କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ଶେଷରେ ଶିକ୍ଷୟତ୍ରୀ ସୁଶ୍ରୀତା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.