ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶିବତଲା ଗ୍ରାମକୁ ନୂତନ ବ୍ଲକରେ ସାମିଲ କରା ଯିବାକୁ ନେଇ ଶିବତଲା ଗ୍ରାମ ପଞ୍ଚାୟତଠାରେ ଏକ ସଭା ଅନୁଷ୍ଠିତ ହୋଇଯାିଛି । ଶିବତଲା ହେଉଛି ଏ ଅଞ୍ଚଳର ବଡ ଗ୍ରାମ ଓ ଭୌଗୋଳିକ ଦୃଷ୍ଟିରେ ଏଠାରେ ବ୍ଲକ ହେବା ଯୁକ୍ତି ଯୁକ୍ତ ବୋଲି ପ୍ରତିନିଧି ମତ ରଖିଥିଲେ । ୧୬ଟି ପଞ୍ଚାୟତକୁ ନେଇ ନୂଆ ଶିବତଲା ବ୍ଲକ ଗଠନ କରାଗଲେ ସମସ୍ତ ଦୃଷ୍ଟିରୁ ଗମନା ଗମନ ସହିତ ସମସ୍ତ ପଞ୍ଚାୟତକୁ ସୁବିଧା ସୁଯୋଗ ସହିତ ବିକାଶ ହୋଇପାରିବ । ଯେହେତୁ ଶିବତଲା ଗ୍ରାମଟି ମଧ୍ୟରେ ରହିଥିବାରୁ ତେଣୁ ଏହା ଉପଯୁକ୍ତ ସ୍ଥାନ ହେବ ବୋଲି ଦାବୀ କରାଯାଇଛି । ଏହି ସଭାରେ ସଦର ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ହୋତା, ଶିବତଲା ଗ୍ରାମ କମିଟି ତଥା ନୂତନ ବ୍ଲକ ଦାବୀର ସଭାପତି ଛବିଳ ପୂଜାରୀ, ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ହୋତା, ବୈଦିପାଲିର ସମିତି ସଭ୍ୟ ପାଲେଶ୍ୱର୍ ଭୋଇ, ବୈଦିପାଲି ସରପଞ୍ଚଙ୍କ ସ୍ୱାମୀ ହେମସଗାର ମାଝୀ, ସାହଜବାହଲ ନାୟବ ସରପଞ୍ଚ ସେଠ୍, ଶିବତଲ ସରପଞ୍ଚ ଶୁଭକାନ୍ତି ବେହେରା, ଡୁମେର ପିଟା ସମିତି ସଂକୀର୍ତ୍ତନ ବାଗ, ନାୟକ ସରପଞ୍ଚ ଯଶୋଦା ପ୍ରଧାନ ପ୍ରମୁଖ ନୂତନ ବ୍ଲକ କରାଯିବାକୁ ମତ ରଖିଥିଲେ । ଓଡ଼ିଶାରେ ଆହୁରି କିଛି ନୂଆ ବ୍ଲକ ଗଠନ କରିବାକୁ ସରକାର ଯୋଜନା ରହିଥିବା ବେଳେ ଶିବତଲା ଗ୍ରାମକୁ ନୂତନ ବ୍ଲକ କରାଯିବକୁ ଦାବୀ ରଖିଛନ୍ତି ଅଞ୍ଚଳବାସୀ । ଏହି ସଭାରେ ବହୁ ସଂଖ୍ୟାରେ ଆଖପାଖ ପଞ୍ଚାୟତର ପ୍ରତିନିଧିମାନେ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ଏହି ସଭାକୁ ପରିଚାଳନା କରିଥିଲେ ବାଳ କୃଷ୍ଣ ବେହେରା ।