ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ

  • ଖପ୍ରାଖୋଲ ବ୍ଲକକୁ ରାଜ୍ୟର ଶ୍ରେଷ୍ଠ ବ୍ଲକ ଭାବେ ଗଢିତୋଳିବାକୁ ଆହ୍ବାନ

ଖପ୍ରାଖୋଲ(ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପରିସରରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ବିକାଶଲାଗି ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତଥିଭାବେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ ଯୋଗଦେଇ ବିକାଶର କିଛି ଦଳନଥାଏ ଏଣୁ ଦଳଗତ ର୍ନିବିଶେଷରେ ଖପ୍ରାଖୋଲ ଅଞ୍ଚଳର ବିକାଶ ଲାଗି ସମସ୍ତଙ୍କ ସହଯୋଗ ଲୋଡି ରାଜ୍ୟରେ ଖପ୍ରାଖୋଲ ବ୍ଲକକୁ ଏକ ନମ୍ବର ବ୍ଲକ ଭାବରେ ଗଢିତୋଳିବା ଲାଗି ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥିଭାବେ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ସିଡିପିଓ ଅମିତା ପଣ୍ଡା, ବ୍ଲକଏକାଉଣ୍ଟେଣ୍ଟ ଅନ୍ତର୍ଯ୍ୟାମୀ ମେହେର, ବିଧାୟକ ପ୍ରତିନିଧି ପଦ୍ମନ ସିଂ ବରିହା, ସାଂସଦ ପ୍ରତିନିଧି ହରେକୃଷ୍ଣ ଭଇଁସାଲ ପ୍ରମୁଖ ଯୋଗଦେଇଥିବା ବେଳେ ମିଶନଶକ୍ତି ରୁ ଏମ୍‌ବିକେ, କେଆର୍‌ପି, ପ୍ରାଣୀମିତ୍ର, କୃଷି ମିତ୍ର, ଇସି ସଭ୍ୟା, ପଞ୍ଚାୟତିରାଜରୁ ସମସ୍ତ ସରପଞ୍ଚ, ସଭ୍ୟସଭ୍ୟା ଏବଂ ଜିଲ୍ଲା ପରିଷଦମାନଙ୍କ ସହ ବହୁ ମହିଳା, ପୁରୁଷମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.