csstore

ସଇଁତଲାରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ, ସାମ୍ବାଦିକଙ୍କୁ ବ୍ଲକ ପ୍ରଶାସନର ଅଣଦେଖା

ସଇଁତଲା, (ଖୁସି ରାଣୀ ସାହୁ) : ବିକଶିତ ଗାଁ ବିକଶିତ ଓଡିଶା କୁ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାଷୀ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କାର୍ଯ୍ୟଳୟ ପରିସରରେ ମଧ୍ୟ ଲୋକେ ଯେମିତି ଭର୍‌ଚୁଏଲ୍‌ ମାଧ୍ୟମରେ ଦେଖିପାରିବେ ତାହାର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶ୍ରମତୀ ମୋନିକା ସିଂ ଭୋଇ ମୁଖ୍ୟ ଅତିଥି, ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ବିଜେପି ନେତା ଡୋଳାମଣି ବସ୍ତିଆ, ଜିଲ୍ଲା ପରିଷଦ ପ୍ରମୋଦ ଭୋଇ, ସରପଞ୍ଚ ଗଜପତି ସାହୁ, ରାଜେନ୍ଦ୍ର ମାଝୀ, ସୁବ୍ରତ ନାଗ, ବିମଳ ଶର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍ୟପଟେ ବାରମ୍ବାର ବିଡ଼ିଓ ବିନୟ ଭୋଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅଣଦେଖା କରୁଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମକୁ ଡ଼କାଯାଇନ ଥିବା ନେଇ ମଧ୍ୟ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖା ଦେଇଛି ।

jayashree
Leave A Reply

Your email address will not be published.