csstore

ଛାତ୍ର କରଣ ସାହୁ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ନୁଆଁଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପେରେଡରେ ମହାବିଦ୍ୟାଳୟର ଜାତୀୟସେବା ଯୋଜନା ତରଫରୁ ଯୋଗଦାନ କରି ଫେରିଥିବା ସ୍ନାତକ ଛାତ୍ର କରଣ ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀ ପଣ୍ଡା ନିଜ ଉଦ୍‌ବୋଧନରେ ସ୍ୱେଛାସେବୀ କରଣ ସାହୁଙ୍କ ଯୋଗଦାନ ଅନୁଷ୍ଠାନ ପାଇଁ ଗର୍ବ ଓ ଗୌରବ ବୋଲି କହିଥିବା ବେଳେ ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ଖଗେଶ୍ୱର ଦାଶ କରଣ ସାହୁଙ୍କ କୃତିତ୍ୱ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣାପ୍ରଦ ବୋଲି ମନ୍ତବ୍ୟ ରଖିଥିଲେ । ଏନ. ଏସ. ଏସ. ପ୍ରୋଗ୍ରାମ ଅଧିକାରୀ ସଞ୍ଜୟ ତିଗଗା ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ସ୍ୱେଛାସେବୀମାନଙ୍କ ତରଫରୁ ବାଣିଜ୍ୟ ଛାତ୍ର ବୀର ଶର୍ମା କରଣ ସାହୁଙ୍କୁ ଅଭିନନ୍ଦନ ଜଣାଇଥିଲେ । ପରିଶେଷରେ ଅନ୍ୟତମ ଏନ. ଏସ. ଏସ. ପ୍ରୋଗ୍ରାମ ଅଧିକାରୀ ବୁନି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ଅଧ୍ୟପକ, ଅଧ୍ୟାପିକା, କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।

jayashree
Leave A Reply

Your email address will not be published.