ବଲାଙ୍ଗିର ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣା : ସ୍କୁଲକୁ ଯାଇ ତଦନ୍ତ କଲା ପୋଲିସ ଓ ଜିଲ୍ଲା ପ୍ରଶାସନ

ବଲାଙ୍ଗିର : ବଲାଙ୍ଗିର ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ କନିଷ୍ଠ ଛାତ୍ରମାନଙ୍କୁ ବରିଷ୍ଠ ଛାତ୍ର ମାଡ଼ ମାରିବା ଘଟଣାରେ ସ୍କୁଲକୁ ଯାଇ ତଦନ୍ତ କଲା ପୋଲିସ ଓ ଜିଲ୍ଲା ପ୍ରଶାସନ । ତେବେ ଗତ ୩୧ ତାରିଖରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଯୁକ୍ତ୨ ପ୍ରଥମ ବର୍ଷର ଛାତ୍ର ମାନେ ଭଲିବଲ ଖେଳୁଥିଲେ । ଏହି ସମୟରେ ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରମାନେ ମଧ୍ୟ ପାଖରେ ଖେଳୁଥିଲେ । ଏହାରି ଭିତରେ କିଛି ପଥର ଫିଲ୍‌ଡ଼ ଭିତରକୁ ଆସିଯାଇଥିଲା । ଏହାକୁ ନେଇ ଜାଣିଶୁଣି ପଥର ଗେଟି ଫିଲ୍‌ଡ଼କୁ ଫୋପାଡ଼ି ଥିବା କହିଥିଲେ ବରିଷ୍ଠ ଛାତ୍ର ମାନେ । ଏନେଇ ସେହିଦିନ ରାତିରେ ୯ ଜଣ କନିଷ୍ଠ ଛାତ୍ରଙ୍କୁ ଡାକି ବରିଷ୍ଠ ଛାତ୍ରମାନେ ମାଡ଼ ମାରିଥିଲେ । ଏନେଇ ମାଡ଼ଖାଇଥିବା ଛାତ୍ରମାନେ ଅଭିଭାବକ ମାନଙ୍କୁ କହିଥିଲେ । ଏନେଇ ସ୍କୁଲରେ ସମସ୍ତ ଘଟଣା ଜଣାଇ ଥିଲେ ହେଁ ସ୍କୁଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ପୁଇଁତଲା ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ସ୍କୁଲରେ ପୁଇଁତଲା ଥାନା ପୋଲିସ, ଏସ.ଡିପିଓ, ବିଡ଼ିଓ, ଜିଲ୍ଲା ମଙ୍ଗଳ ଅଧିକାରୀ, ବିଇଓ ଯାଇ ତଦନ୍ତ କରିଥିଲେ । ଏହାସହ ଉଭୟ ଛାତ୍ର ମାନଙ୍କ ଅଭିଭାବକ ମାନଙ୍କୁ ଡକାଇ ସମସ୍ତ ଘଟଣାକୁ ନେଇ ଆଲୋଚନା କରିଥିଲେ । ତେବେ ମାଡ଼ ମାରିଥିବା ଛାତ୍ର ମାନଙ୍କ ଉପରେ ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.