ରାସ୍ତା ପାର ହେଉଥିବା ସମୟରେ ଚାପି ଦେଲା ସିମେଣ୍ଟ ବୋଝେଇ ଟ୍ରକ

ଖ୍ରପାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅଧିନ ଜୁରିଆ ଗାଁର ଜଗ ମେହେର‌ଙ୍କ ଝିଅ ସୋନାଲି ମେହେରଙ୍କ ଉପରେ ଟ୍ରକ ମାଡିଗଲା । ସୋନାଲି ରାସ୍ତା ପାର ହେଉଥିବା ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଛତିଶଗଡ ପଟୁ ବଲାଙ୍ଗିର ପଟକୁ ଟ୍ରକ ନଂ- ସିଜି-୦୪ ଏମ୍‌ଡି-୯୭୦୦ ଆସୁଥିବାବେଲେ ଟ୍ରକଟି ସୋନାଲିକୁ ଚାପି ଦେବାରୁ ଗୋଡଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ପରେ ସୋନାଲିକୁ ଗୁରୁତ୍ବର ଅବସ୍ଥାରେ ପାଟଣାଗଡ ଡାକ୍ତରଖାନା, ବଲାଙ୍ଗିର ଭୀମଭୋଇ ଡାକ୍ତରଖାନା ସେଠାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରି ଚିକିତ୍ସା ହେଉଥିବା ଜଣାପଡିଛି । ଘଟଣାସ୍ଥଳରୁ ସୋନାଲିକୁ ନେବା ପରେ ଗାଁ ଲୋକେ ସୋନାଲିର କ୍ଷତି ପୂରଣ ପାଇ ରାସ୍ତା ରୋକ କରିଥିଲେ । ପରେ ଲରମ୍ଭା ଥାନା ଅଧିକାରୀ ଖବର ପାଇ ଘଟଣାସ୍ଥଳକୁ ଆସି ଲୋକଙ୍କ ବୁଝାସୁଝା ପରେ ଲୋକେ ରାସ୍ତାରୁ ହଟିଥିଲେ । ଏନେଇ ଲରମ୍ଭ ଥାନାରେ କେସନଂ-୭ ଦଫା,୨୭୯,୩୩୭,୩୩୮ରେ ଏକ ମାମଲା ରୁଜୁକରି ତଦନ୍ତ କରୁଥିବା ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.