ରାଜନେତା ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା

  • ପାଣିରେ ପଡ଼ିଲା ଲକ୍ଷାଧିକ ଟଙ୍କାର ଅମୃତ ଧାରା ପ୍ରକଳ୍ପ

ଦେଓଗାଁ, (ମନୀଷ କୁମାର ସାହୁ) : ଠିକ ସ୍ଥାନ ନିରୁପଣ କରି ଅମୃତ ଧାରା ପ୍ରକଳ୍ପ ପ୍ରତିଷ୍ଠା କରିବା ପାଇଁ ରାଜନେତାଙ୍କ ଅଧିକାର ଦିଆଯାଇଥିଲା ହେଲେ କିଛି ରାଜନେତା ଏହି ଅଧିକାରକୁ ଜାଣି ନପାରି ବେପାରୁଆ ମନୋଭାବରେ ଠିକାଦାର ସହ ମିଶି ନିମ୍ନମାନର ପ୍ରକଳ୍ପ ନିର୍ମାଣ କରି ହରିଲୁଟ କରିଥିବା ଅଭିଯୋଗ ହୋଇଛି । କିଛି ଦିନ ତଳେ ଏକ ରାଜନୈତିକ ବୈଠକରେ କର୍ମୀମାନେ ନେତାମାନଙ୍କ ଏପରି କାମକୁ ବିରୋଧ କରି ଦଳର ମୁଖିଆଙ୍କଠାରେ ଅଭିଯୋଗ କରିଥିଲେ । ଲକ୍ଷାଧିକ ଟଙ୍କା ବିନିମୟରେ ନିର୍ମାଣ କରାଯାଉଥିବା ଅମୃତଧାରା ପ୍ରକଳ୍ପ ମଧ୍ୟରୁ ଜରାସିଂହା ପଞ୍ଚାୟତର ବରକାନୀର ସପ୍ତାହିକ ବଜାରରେ ତିଆରି ହୋଇଥିବା ଗୋଟିଏ ପ୍ରକଳ୍ପ । ସୂଚନା ଅନୁସାରେ ୨୦୨୨/୨୩ ଆର୍ଥିକ ବର୍ଷରେ ପଞ୍ଚମ ଏସ୍‌ଏଫ୍‌ସିରୁ ଜିଳ୍ଲା ପରିଷଦ ବଲାଙ୍ଗିର କୋଟାରେ ଜରାସିଂହା ପଞ୍ଚାୟତର ବରକାନି ଗାଁର ସପ୍ତାହିକ ବଜାର ନିକଟରେ ୩ ଲକ୍ଷ ୨୮ ହଜାର ୫୮୩ ଟଙ୍କାର ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା । ପ୍ରକଳ୍ପଟି ଏତେ ନିମ୍ନମାନର ଯେ, ଦିନେ ମଧ୍ୟ ଲୋକେ ପାଣି ପାଇଲେ ନାହିଁ । ଏହାକୁ ନେଇ ଲୋକମାନେ ଅଭିଯୋଗ କରଛନ୍ତି ଯେ, ଅନୁଦାନ ରେକୋମେଣ୍ଟ କରିଥିବା ରାଜନେତା ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ସମ୍ପର୍କ ଯୋଗୁଁ ସରକାରୀ ଅନୁଦାନ ପାଣିରେ ପଡ଼ିଲା । କେବଳ ଗୋଟିଏ କି ଦୁଇଟି ନୁହେଁ ଦେଓଗାଁ ବ୍ଲକର ଅନେକ ଅମୃତଧାରା ଏପରି ହୋଇଯାଇଛି । ତେଣୁ ଏତବପ୍ରତି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଦାବି ହୋଉଛି ।

Leave A Reply

Your email address will not be published.