ଡାହିମାଲ ୟୁପି ସ୍କୁଲରେ ବାର୍ଷିକ କ୍ରୀଡ଼ା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଲଣ୍ଡାପଥର ପଞ୍ଚାୟତ ଡ଼ାହିମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ କବିରାଜ ମାଝୀ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଡଙ୍ଗରପଡ଼ା ପ୍ରଧାନ ଶିକ୍ଷକ ରାଧାମୋହନ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଡଙ୍ଗରପଡ଼ା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସତ୍ୟନାରାୟଣ ସେନାପତି, ଶିକ୍ଷକ ସୁଶାନ୍ତ ସାହୁ ଯୋଗ ଦେଇଥିଲେ । ଆଜିର ଛାତ୍ରଛାତ୍ରୀ ଟିଭି, ମୋବାଇଲ ତଥା ଅନ୍ୟାନ୍ୟ ସୋସିଆଲ ମିଡିଆରେ ବନ୍ଧା ନ ହୋଇ ଅବକାଶ ସମୟ କ୍ରୀଡ଼ା ଆଭିମୁଖି ହେବା ଉଚିତ୍ ବୋଲି ମୁଖ୍ୟ ଅତିଥି ଶ୍ରୀ ମାଝୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ରୁଗୁଡ଼ିପାଲି ପ୍ରଧାନ ଶିକ୍ଷକ ବିଧାନ ସେଠ୍, ହିମାଂଶୁ ଶେଖର ନାଗ, ନିକୁଞ୍ଜ ବିହାରୀ ହରପାଲ, ସୁଜ୍ଞାନ ସେଠ୍, ଉର୍ମିଳା ଖୁଜୁର, ସରୋଜିନୀ ମାହାଡ଼ିକ, ଚିନ୍ମୟୀ ନାଥ ଉପସ୍ଥିତ ଥିଲେ । ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ପଞ୍ଚୁ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.