ଗଞ୍ଜାମ ଜିଲ୍ଲାର ଚାଷୀ ମାନଙ୍କ ଟୋକେନ୍ ଅବଧି ବୃଦ୍ଧି

  • ଟୋକେନ୍ କ୍ଷତି ହେବା ଗୁଜବକୁ ଚାଷୀଗଣ ବିଶ୍ୱାସ କରନ୍ତୁ ନାହିଁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସମସ୍ତ କୃଷକମାନଙ୍କ ଅବଗତି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଉ ଅଛି କି କୌଣସି ଚାଷୀଙ୍କର ଟୋକେନ୍ କ୍ଷତି ହେବାକୁ ଦିଆଯିବ ନାହିଁ । ଚାଷୀ ମାନଙ୍କ ଟୋକେନ୍ ଅବଧି ବୃଦ୍ଧି କରିବା ନେଇ ରଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ୧୦୮୦ ଚାଷୀଙ୍କ ଟୋକେନ୍ ଅବଧି ୧୫ ଦିନ ସକାଶେ ବୃଦ୍ଧି କରଯାଇଛି । ସେହିଭଳି ଆଗାମୀ ଦିନରେ ମଧ୍ୟ ଟୋକେନ୍ ସମୟର ବୃଦ୍ଧି କରାଯିବ । କୌଣସି ଚାଷୀଙ୍କ ଟୋକେନ୍ କ୍ଷତି ହେବାକୁ ଦିଆଯିବ ନାହିଁ । ଆବଶ୍ୟକ ସ୍ଥଳେ ସେମାନଙ୍କ ଟୋକେନ୍ ସମୟ ସୀମା ବୃଦ୍ଧି କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମତ ଦେଇଛନ୍ତି । ତେଣୁ ଟୋକେନ୍ କ୍ଷତି ହେବା ଗୁଜବକୁ ଚାଷୀଗଣ ବିଶ୍ୱାସ କରନ୍ତୁ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଟୋକେନ୍ ବୃଦ୍ଧି କରିବା ନେଇ ଚାଷୀଗଣ ସେମାନଙ୍କ ଅଞ୍ଚଳର ସୋସାଇଟିକୁ ସମ୍ପାଦକ କିମ୍ୱା ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ପାଣି ପଞ୍ଚାଯତକୁ ଲିଖିତ ଅବଗତ କରାଇ ନିଅନ୍ତୁ । କିମ୍ୱା ଅନଲାଇନ୍ ଜରିଆରେ ସୋସାଇଟି ସେକ୍ରେଟାରୀ (ସମ୍ପାଦକ) ମାଧ୍ୟମରେ ଡି.ଆର୍‌.ସି.ଏସ୍‌ଙ୍କ ଠାରେ ଦାଖଲ କରିପାରିବେ । ଏଣୁ ଚାଷୀମାନଙ୍କୁ ଅନୁରୋଧ ସେମାନେ ନିଜ ଟୋକେନ୍ ନେଇ ଭୟଭୀତ ହୁଅନ୍ତୁ ନାହିଁ ।

Leave A Reply

Your email address will not be published.