ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ଦେଓଗାଁ ବିଡ଼ିଓ ପ୍ରିୟ ରଂଜନ କୁମାରଙ୍କ ଅଧ୍ୟକ୍ଷତାରେ ଫାଇଲେରିଆ ରୋଗ ନିରାକରଣ ଉଦ୍ଦେଶ୍ୟରେ ଆସନ୍ତା ଫେବୃୟାରୀ ୧୦ରୁ ୨୦ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ସୁପରିଚାଳନା ଓ ବ୍ୟାପକ ସଫଳତା ପାଇଁ ଏକ ସମନ୍ଵୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଚିତ୍ତରଂଜନ ମିଶ୍ର ସମସ୍ତ ସଦସ୍ୟଙ୍କୁ ସ୍ଵାଗତ କରିବା ସହ ଫାଇଲେରିଆ ରୋଗ ଏବଂ ହେବାକୁ ଥିବା ଏମଡିଏ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଥିଲେ । ଏହି ସଭାରେ ଜିପୀଇଓ ଏସ ମଙ୍ଗରାଜ, ଏବିଇଓ ଅଜିତ ମିଶ୍ର, ଆୟୁଷ ଡାକ୍ତର ମାମତାମୟୀ ଦାଶ, ପିଏଚଇଓ ସ୍ନେହଲତା ସାହୁ, ଜାତୀୟ ସ୍ୱାସ୍ଥ୍ୟ ମିଶନର ବିପିଓ ପରେଶ ସାହୁ, ବିଡ଼ିଏମ୍ ବିପ୍ଳବ ମିଶ୍ର, ସୁପର ଭାଇଜର ହୃଷୀକେଶ ଦାଶ, ବିଏନଏଲଡବ୍ଲୁ ଦଶରଥ ଦୋରା, ଆଇସିଡିଏସ ସୁପର ଭାଇଜର, ମିଶନ ଶକ୍ତି କୋଡ଼ିନେଟର, ମିଶନ ଶକ୍ତି ସମେତ ଡାକ୍ତରଖାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏତତ୍ ବ୍ୟତୀତ ଜାତୀୟ କୁଷ୍ଠ ନିରାକରଣ ଦିବସ ଉପଲକ୍ଷେ ଏକ ସଚେତନତା ସଭା ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମ୍ୟାଲେରିଆ ଟେକ୍ନିକାଲ ସୁପରଭାଇଜର ଶିବ ପ୍ରସାଦ ଦାଶ ଦେଓଗାଁ ବ୍ଲକରେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ସ୍ଥିତି ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ଏ ଦିଗରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା । ଶେଷରେ ଡ଼. ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।