csstore

ସୁବର୍ଣ୍ଣପୁର ସରକାରୀ ବହୁବୃତ୍ତି ଶିକ୍ଷାନୁଷ୍ଠାନ ଠାରେ ନିଯୁକ୍ତି ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ସରକାରୀ ବହୁବୃତ୍ତି ଶିକ୍ଷାନୁଷ୍ଠାନ ଠାରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ତରଫରୁ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସଂଜୁ କୁମାରୀ ସାହୁଙ୍କ ଅଧ୍ୟକ୍ଷତା ତଥା ପରିଚାଳନାରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ବିଧାୟକ ବୀରମହାରାଜପୁରଙ୍କ ପ୍ରତିନିଧି ସ୍ୱରୂପ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ ନୃସିଂହ ପୃଷ୍ଟି ଓ ପଦ୍ମଲୋଚନ ବେହେରା, ବରିଷ୍ଠ ଅଧ୍ୟାପକ, ସରକାରୀ ପୋଲିଟେକନିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠିତ ଏହି ମେଳାରେ ଆବି ୱେଷ୍ଟ, ସେଫ ଏଜୁକେଟ, ଗୋକଲ ଦାସ ପ୍ରାଇଭେଟ ଲିମିଟେଡ଼, ସାହି ଏକ୍ସପୋର୍ଟ, ପିପୁଲସ ଫୋରମ, ଏସ୍‌ବିଆଇ ଲାଇଫ, ଏଲ୍‌ଆଇସି ଅଫ୍‌ ଇଣ୍ଡିଆ, ଆର୍‌ଏସ୍‌ଇଟିଆଇ, ପିପୁଲ ମନ୍ତ୍ରା, ନେସନାଲ କ୍ୟାରିଅର ସର୍ଭିସ, ଏନ୍‌ସିଏଟି ସ୍କିଲ୍, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଇ- ସୁବିଧା, ପ୍ରଭୁତି ପ୍ରମୁଖ କର୍ମସଂସ୍ଥାନ ସଂସ୍ଥା କରି ମେଳାରେ ଯୋଗଦାନ କରିଥିବା ୪୨୨ ଜଣ ବେରୋଜଗାର ଯୁବକ ଯୁବତୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ । ଶେଷରେ ସନ୍ତୋଷ ବେହେରା କନିଷ୍ଠ ନିୟୋଜନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.