oom

ବେଲପଦର ସ୍ଵାମୀ ବିବେକାନନ୍ଦ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ସତିଘାଟ ଚମ୍ପିୟାନ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ବେଲପଦର ଗ୍ରାମଠାରେ ଚାଲିଥିବା ସପ୍ତମ ବର୍ଷ ସ୍ୱାମୀ ବିବେକାନନ୍ଦ କ୍ରିକେଟ ପ୍ରତିଯୋଗିତା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍‌ ଆୟୋଜକ ବେଲପଦର ଓ ସତିଘାଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସତିଘାଟ ଦଳ ୪ ୱିକେଟରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ଫାଇନାଲରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ବିଜେଡି ନେତା/ଅବସରପ୍ରାପ୍ତ ବ୍ଲେକ କମାଣ୍ଡୋ ଗିରିରାଜ ସିଂ ମାଝୀ, ସିରୋଲ ସରପଞ୍ଚ ପ୍ରତିନିଧି ଲମ୍ବୋଦର ବଗର୍ତ୍ତୀ, ପୂର୍ବତନ ସରପଞ୍ଚ ତପି ସିଂ ମାଝୀ, ଶିକ୍ଷକ ଲକ୍ଷ୍ମୀକାନ୍ତ ଛତ୍ରିଆ ଓ ଦିଲ୍ଲୀପ ପୃଷ୍ଟି ଉପସ୍ଥିତ ଥିଲେ । ଅତିଥିଗଣ ବିଜୟୀ ଦଳ ଓ ରନର୍ସପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଆୟୋଜକ କମିଟିର ପିଣ୍ଟୁ ଦୀପ, ତପନ ଦୀପ, ଭୁବନ ମାଝୀ, ସମୀର ନାଗ, ଅରୁଣ ବନଛୋର, ଅଧିନାୟକ ସଂଜୀବ ବନଛୋର, ରୋହିତ ପୁଟେଲ, ଗଙ୍ଗା ପୁଟେଲ, ଆଲୋକ ବନଛୋର, ଋତୁରାଜ ଦୀପ, ମାନସ ରଞ୍ଜନ ଦୀପ, ପୀତବାସ ବଛା, ସରୋଜ ଦୀପ, ମୁରଲୀ ମାଝୀଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.