- ସାଉନ୍ତପୁର ଏଫ୍ସି ଓ ଜରାସିଂହା ଏଫ୍ସି ବିଜୟୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସିଏମ୍ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ବାଳକ ବିଭାଗ ୧୫ ବର୍ଷରୁ କମ୍ ଚମ୍ପିୟାନସିପ୍ ୨୦୨୫ ଦ୍ୱିତୀୟ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ‘ପ୍ରତିଭା ଅନେକ ଲକ୍ଷ୍ୟ ଏକ’ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଆହ୍ୱାନ କ୍ରମେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଓଡିଶା ଫୁଟବଲ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିରଙ୍କ ଆୟୋଜନରେ ଫୁଟବଲ ଚମ୍ପିୟାନ୍ସିପ୍ ଅନୁଷ୍ଠିତ ହେଉଛି । ପ୍ରଥମ ମ୍ୟାଚ୍ରେ ସାଉନ୍ତପୁର ଏଫ୍ସି ୨-୧ ଗୋଲରେ ତୁରେକେଲା ଏଫ୍ସିକୁ ହରାଇ ବିଜୟୀ ହୋଇଛି । ଦ୍ୱିତୀୟ ମ୍ୟାଚ୍ରେ ଜରାସିଂହା ଏଫ୍ସି ୧୦-୧ ଗୋଲରେ ପାଟଣାଗଡ ଏଫ୍ସିକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ଜିଲ୍ଲା କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, ବରିଷ୍ଠ ସଦସ୍ୟ ରମାକାନ୍ତ ସେଠ, ପୂର୍ବତନ ଖେଳାଳି ଶୁଭ୍ରାଂଶୁ ଶେଖର ଅମାତ, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର ଓ କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ଯୋଗ ଦେଇଥିଲେ । ସଂସଦର ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ଵର ମିଶ୍ର, ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ, ଡିପିଇଓ ପ୍ରଦୀପ କୁମାର ପାତ୍ର, ପୂର୍ବତନ ଖେଳାଳି ହୃଷିକେଶ ସାଏ, କ୍ରୀଡାବିତ୍ ସୁଦୟ ବାରିକ ପ୍ରମୁଖ ମଂଚାସୀନ ଥାଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ୍ କମିଶନର ଦାୟିତ୍ୱ ତୁଳାଇଥିଲେ । ଖେଳକୁ ଦୋଳଗୋବିନ୍ଦ ମୁଣ୍ଡା, ଭୁବନେ ଭୋଇ, ଜ୍ୟୋତି ମହାନନ୍ଦ, ସଂଜୀବ ମହାରଣା, ନରସିଂସ୍ୱାମୀ ନାଇଡୁ, ପ୍ରଫୁଲ୍ଲ କୁମାର ବଗର୍ତ୍ତି, ତ୍ରିନାଥ ଚନ୍ଦନ, ଡୋଳାମଣି ବଗର୍ତ୍ତି, ଅବଦୁଲ ମୁଜିବ, ରାଜେନ୍ଦ୍ର ଧରୁଆ ରେଫରୀ ଭାବେ ଖେଳ ପରିଚାଳନା କରିଥିଲେ । ସେହିପରି ୧୮ ତାରିଖ ପ୍ରଥମ ମ୍ୟାଚ୍ ସଦାଇପାଲି ଏଫ୍ସି ବନାମ ଖପ୍ରାଖୋଲ ଏଫ୍ସି ଓ ଦ୍ୱିତୀୟ ଖେଳ ଭାଲେର ଏଫ୍ସି ବନାମ ଟିଟିଲାଗଡ ଏଫ୍ସି ମଧ୍ୟରେ ହେବ ବୋଲି ଆୟୋଜନ କମିଟିର ଆବାହକ ତଥା ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ଜଣାଇଛନ୍ତି ।