csstore

ଧରଣୀମାଲ ଗ୍ରାମରେ ମାଁ ପାଟ୍ଟରାଣୀ କ୍ରିକେଟ୍ କପ୍ ଉଦଘାଟିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ବାବେବିର ପଂଚାୟତ ଧରଣୀମାଲ ଗ୍ରାମରେ ମାଁ ପାଟ୍ଟରାଣୀ କ୍ରିକେଟ୍ କପ୍ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖରସେଲ ଗ୍ରାମ ପଂଚାୟତ ସରପଞ୍ଚ ବୀରେନ୍ଦ୍ର କୁମାର ଖମାରୀ ଯୋଗଦେଇ ଫିତାକାଟି ଶୁଭ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ହେରାମ୍ବ ସିଂ ପୁଝାରୀ, ଲିଙ୍ଗରାଜ କଟା (ପ୍ରଧାନ ଶିକ୍ଷକ ଧରଣୀମାଲ ଉଚ୍ଚ ବିଦ୍ୟାଳୟ) ଯୋଗ ଦେଇଥିବା ବେଳେ କମିଟିର ସଭାପତି ରାଜେନ୍ଦ୍ର ପ୍ରସାଦ ଜଗତ, ସମ୍ପାଦକ ମକରଧ୍ୱଜ ଜଗତ, ଭାଷ୍ୟକାର ନିରଞ୍ଜନ ବେମାଲ ଓ ବସନ୍ତ ବାଗ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଉଦ୍‌ଘାଟନୀ ମ୍ୟାଚ୍‌ରେ ଜୟବାହାଲ ବନାମ କାମପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଜୟବାହାଲ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲେ ଓ ନିର୍ଦ୍ଧାରିତ ୧୨ ଓଭର୍‌ରେ ୭ ୱିକେଟ ହରାଇ ୭୯ ରନ୍‌ କରିଥିଲେ । ତାହାର ଜବାବରେ କାମପୁର ଦଳ ନିର୍ଦ୍ଧାରିତ ୧୦ ଓଭରେ ୩ ୱେକେଟ ହରାଇ ୮୦ ରନ୍‌ ସଂଗ୍ରହ କରି ବିଜୟ ହୋଇଥିଲେ । ସୌରଭ ଯୋଶୀ ଓ ଧନଞ୍ଜୟ ମେହେର ଖେଳ ପରିଚାଳନା କରିଥିଲେ । କମିଟିର ବାସୁଦେବ ସାହୁ, ମନୋଜ କୁମାର ବାଗ, ମନୋରଞ୍ଜନ ବେହେରା, ମହେନ୍ଦ୍ର ଭୋଇ, ସୋନୁ ସିଂ, ଅଶୋକ କୁମାର ସା, ଗୋବର୍ଦ୍ଧନ ତାଣ୍ଡି ଧାରାବିବରଣୀ ଦେଇଥିଲେ । ଏହି ଖେଳ ଜାନୁୟାରୀ ୩୧ ତାରିଖ ଦିନ ଶେଷ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

jayashree
Leave A Reply

Your email address will not be published.