csstore

ଉଲୁଣ୍ଡା ବ୍ଲକ ସ୍ତରୀୟ ପରାମର୍ଶ ଶିବିର : ୨୩୮ ଜଣ ଯୁବକ ଯୁବତୀଙ୍କୁ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ଦକ୍ଷତା ବିକାଶ-ତଥା-ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ପରିସରରେ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିୟୋଜନ ଅଧିକାରୀ ସଞ୍ଜୁ କୁମାରୀ ସାହୁଙ୍କ ଅଧ୍ୟକ୍ଷତାରେ ଯୁବକ ଓ ଯୁବତୀ ମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଉଲୁଣ୍ଡା ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସେଫଏଜୁକେଟ ଲର୍ନିଙ୍ଗ ପ୍ରା. ଲିମିଟେଡ଼, ଆବି ୱେଷ୍ଟ ସର୍ଭିସେସ ଲିମିଟେଡ଼ ବ୍ଲାକ ପାନ୍ଥର, ଏନ୍‌ସିଏଟି ସ୍କିଲ ଇଣ୍ଡିଆ, ଏସ୍‌ଆଇଏଚ୍‌ଏମ୍‌ ବଲାଙ୍ଗିର, ଷ୍ଟେଟ ବ୍ୟାଙ୍କ ଗ୍ରାମିଣ ଆତ୍ମନିଯୁକ୍ତି ଶିକ୍ଷା କେନ୍ଦ୍ର ସୁବର୍ଣ୍ଣପୁର, ସରକାରୀ ଆଇଟିଆଇ ଏବଂ ସରକାରୀ ପୋଲିଟେକନିକ ସୁବର୍ଣ୍ଣପୁର ପ୍ରଭୃତି ବିଭିନ୍ନ ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗଦାନ କରି ଶିବିରରେ ଯୁବକ ଯୁବତୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ଏହି ଶିବିରରେ ଉଲୁଣ୍ଡା ବ୍ଲକ ଅଂଚଳର ୨୩୮ ଜଣ ଯୁବକ ଓ ଯୁବତୀ ଅଂଶଗ୍ରହଣ କରି ଉପସ୍ଥିତ ତାଲିମ ପ୍ରଦାନକାରୀ ସଂସ୍ଥା ଠାରୁ ପରାମର୍ଶ ନେଇଥିଲେ ।

jayashree
Leave A Reply

Your email address will not be published.