jayashree

ଉଠା ଦୋକାନୀଙ୍କ ଥଇଥାନ ଦାବିରେ ବିଜେପୁର ଏନଏସି ସାମ୍ନାରେ ଧାରଣା

ବିଜେପୁର, (ସତ୍ୟନାରାୟଣ ପ୍ରଧାନ) : ବିଜେପୁର ସହର ଏବେ ନୂଆ ବିଜ୍ଞାପିତ ଅଂଚଳ ଭାବେ ପରିଚୟ ପାଇଛି ସତ କିନ୍ତୁ ଏଠାରେ ଅନେକ ମୌଳିକ ସମସ୍ୟା ଏବେ ବି ସମାଧାନ ହେଉ ନାହିଁ । ଏମିତି ଏକ ପ୍ରସଙ୍ଗରେ ଏନଏସି ଅଧୀନରେ ଥିବା ଉଠା ଦୋକାନୀ ତଥା ହଟଲିର ପନିପରିବା ବିକାଳି ଏବେ ରୋଜଗାର ହରାଇଥିବା ଅଭିଯୋଗ ହୋଇଛି । ଲକଡାଉନ୍‌ ସମୟରେ ଦୋକାନୀ ମାନଙ୍କୁ ସ୍କୁଲ ପଡିଆକୁ ସ୍ଥାନାନ୍ତରିତ କରି ଦେଇ ପ୍ରଶାସନ ଏବେ କୌଣସି ସୁବିଧା କରୁନଥିବା ଯଥା ପାନୀୟ ଜଳ, ଶୌଚାଳୟ ଭଳି ବ୍ୟବସ୍ଥା ଅଭିଯୋଗ ହୋଇଛି । ଅନ୍ୟ ପଟେ ଏନଏସି କର୍ତ୍ତୃପକ୍ଷ ପ୍ରତେକ ଦିନ ଫି ଆଦାୟ କରୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସେହିପରି କୋଭିଡ ସମୟରେ ତିନି ହଜାର ଟଙ୍କା ସହାୟତା ଓ ସ୍ବନିଧି ଯୋଜନାରେ ଦୋକାନୀ ମାନଙ୍କୁ ଦଶହଜାର ଟଙ୍କାର ଋଣ ମିଳୁନଥିବା ଅଭିଯୋଗ ହୋଇଛି । ଏହି ସବୁ ଦାବୀକୁ ନେଇ ବିଜେପୁର ହଟଲିର ଦୋକାନୀ ଓ ବରଗଡ ଜିଲ୍ଲା ଉଠା ଦୋକାନୀ ସଂଘ ତରଫରୁରୁ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅଫିସ ଆଗରେ ଧାରଣା ଦେବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ସଭାପତି ଅମିତାଭ ପାତ୍ର ଉଠା ଦୋକାନୀ ଆଇନ ବିଷୟରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.