oom

କୋଟିଏ ପ୍ରାଣର ମହାନାୟକ ଲଳିତ ନାୟକଙ୍କୁ ବଲାଙ୍ଗିର ମାଟିର ଶେଷ ସଲାମ୍

jsmm

ବଲାଙ୍ଗିର, (କେପିଏନ୍ଏସ୍) : ବିଶିଷ୍ଟ ସାମାଜସେବୀ, ଶ୍ରମିକ ନେତା ଲଲିତ ନାୟକଙ୍କ ଆଜି ଭୋର୍ ସକାଳେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ ହୋଇଥିବା ବେଳେ ବଲାଙ୍ଗିର ସହରରେ ପାଖାପାଖି ୧୦ ହଜାର ଲୋକଙ୍କ ସମାଗମରେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ଆଜି ସନ୍ଧ୍ୟାରେ ତାଙ୍କ ମହାଯାତ୍ରାରେ ଜିଲ୍ଲାର ସାମାଜିକ, ସାଂସ୍କୃତିକ, ଟ୍ରେଡ ୟୁନିଅନ ତଥା ରାଜନୀତିକ ବ୍ୟକ୍ତି ବିଶେଷ ସ୍ବତଃ ଏହି ବିଦାୟ ପଟୁଆରରେ ସାମିଲ ହୋଇଥିଲେ। ଫୁଲମାଳରେ ସୁସଜ୍ଜିତ ଟ୍ରାକ୍ଟରରେ ତାଙ୍କ ମର ଶରୀରକୁ ନେଇ ସାରା ସହର ପରିକ୍ରମା ପରେ ବିଭୂତିପଡା ଶ୍ମଶାନରେ ପହଞ୍ଚାଇ ଶବ ସତ୍କାର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରୁ ତାଙ୍କ ପାର୍ଥିବ ଶରୀର ଆସି ବଲାଙ୍ଗିର ପହଞ୍ଚିବା ପରେ ଜନସାଧାରଣଙ୍କ ଶେଷ ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା ।ବଲାଙ୍ଗିରରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଅନେକ ରାଜନୈତିକ ନେତା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ । ବଲାଙ୍ଗିର ରୁଗୁଡ଼ିପଡ଼ା ଦୁର୍ଗା ପୂଜା ମଣ୍ଡପଠାରୁ ଏକ ବିରାଟ ଶୋଭାଯାତ୍ରା ଲଳିତ ନାୟକଙ୍କ ମର ଶରୀର ସହ ଗରିବ ଖଟିଖିଆଙ୍କ ହୃଦୟର ନାୟକ ଲଲିତ ଦାଦା ଅମର ରହେ ଧ୍ୱନି ସହ ଆଗେଇ ଚାଲିଥିଲା ଶବାଧାର ଅଭିମୁଖେ ।

jittmm
Leave A Reply

Your email address will not be published.