csstore

ସାମ୍ବାଦିକଙ୍କୁ ଟିପିଡ଼ବ୍ଲୁଓଡ଼ିଏଲ୍‌ ଅଧିକାରୀଙ୍କ ଆକ୍ରମଣ ଘଟଣାକୁ ନିନ୍ଦା କଲା ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ତିନି ଜଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଟିପିଡ଼ବ୍ଲୁଓଡ଼ିଏଲ୍‌ ଅଧିକାରୀଙ୍କ ଆକ୍ରମଣ ଘଟଣାକୁ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା ପକ୍ଷରୁ ନିନ୍ଦା କରିବା ସହ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଙ୍ଗୋମୁଣ୍ଡା ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଗତ ଯେ, ବୁଧବାର ଅପରାହ୍ନରେ ଟିଟିଲାଗଡ଼ ବ୍ଲକ ସାଲେଡିଗିରି ଗ୍ରାମର ଜଣେ ବ୍ୟକ୍ତିଙ୍କ ନିଜ ଘର ବନାଉଥିବା ବେଳେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ । ଏ ବିଷୟରେ ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ପଚାରିବାକୁ ଅଫିସକୁ ଯିବା ସମୟରେ ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଖୋଲାନ ନଦୀ ପାଖ ଆମ୍ବବଗିଚାରେ ଭୋଜି ଆସର ଜମି ଥିବା ଦେଖିବାକୁ ମିଳିଥିଲା । ଘଟଣା ସମ୍ପର୍କରେ କିଛି ପଚାରିବା ପୂର୍ବରୁ କଣ୍ଟାବାଞ୍ଜି ଏସ୍‌ଡିଓ ଜଗନ୍ନାଥ ପତି ସାମ୍ୱାଦିକ ସଞ୍ଜୟ କୁମାର ବେହେରା, ଓଟିଭି ସାମ୍ୱାଦିକ ଅଭିନାଶ ନନ୍ଦ, ସାମ୍ୱାଦିକ ତରୁଣ ବେହେରାଙ୍କୁ ଅତର୍କିତ ଆକ୍ରମଣ କରି ଥିବା ଭିଡ଼ିଓ ହସ୍ତଗତ ହୋଇଛି । ଯେଉଁଥିରେ ଅମାନୁଷିକ ଭାବରେ ସାମ୍ୱାଦିକମାନଙ୍କୁ ମାରିବାକୁ ପଛାଇ ନଥିବା ଅଭିଯୋଗ ହୋଇଛି । ଏନେଇ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡାର ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ନେତୃତ୍ୱରେ ସମ୍ପାଦକ ହୁଲେଶ୍ୱର ହଂସ, କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ, ନାରାୟଣ ମିଶ୍ର, ସୁଶାନ୍ତ ବେହେରା, ରାଧେଶ୍ୟାମ ମେହେରଙ୍କ ସହ ଅନ୍ୟାନ୍ୟ ସାମ୍ୱାଦିକମାନେ ଥାନାର ଦ୍ୱାରସ୍ଥ ହେବା ସହ ଆଇନ ଅନୁଯାୟୀ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

jayashree
Leave A Reply

Your email address will not be published.