ତହଁକ୍ କୁଟୁମ୍‌ର ବୀରତା ଦିବସ୍ ପାଲନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ତହଁକ୍ ସାହିତ୍ୟ କୁଟୁମ୍ ପକ୍ଷରୁ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି ବୀରତା ଦିବସ୍ । ଆଜିର ଦିନରେ ଘେଁସ୍ ଜମିଦାର ସହୀଦ ମାଧୋ ସିଂହ ସହୀଦ ହୋଇଥିଲେ ସେଥି ପାଇଁ ସାରା ଓଡିଶାରେ ଏହି ଦିନକୁ ବୀରତା ଦିବସ ଭାବରେ ରାଜ୍ୟ ସରକାର ପାଳନ କରୁଛନ୍ତି । ଏହି ଅବସରରେ ଅତିଥି ଭାବେ ଗୀତିକାର କପିଳେଶ୍ଵର ଖମାରୀ, ସମାଜସେବୀ ସ୍ୱାଧୀନ ପଣ୍ଡା, କବି ଗୋପାଳ ମେହେର ଓ ତହଁକ ସଂପାଦକ ରାଜେଶ ଦଣ୍ଡସେନା ଯୋଗଦେଇ ସହିଦ ମାଧୋ ସିଂଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କ ମାଟି ପ୍ରତି ଅବଦାନକୁ ମନେ ପକାଇଥିଲେ । ମୁଖ୍ୟ ସଂପାଦକ ଅର୍ଜୁନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୨୦୨୪କୁ ବିଦାୟ ଦେଇ ୨୦୨୫ ନୂଆଁବର୍ଷକୁ ସ୍ୱାଗତ କରିବା ପାଇଁ କୋସଲୀ କବିତା ଆସର ଅନୁଷ୍ଠିତ ହୋଇଥିଲା ଏଥିରେ କବି ମିଳନ ପଣ୍ଡା, ପୁଷ୍ପାଞ୍ଜଳି ମେହେର, ପୂର୍ଣିମା ପଣ୍ଡା, ଭରତ ମେହେର, ରବିନ୍ଦ୍ର ସାହୁ, ଅଭିଜିତ ଫରିକାର, ନିମାଇଁ ଚରଣ ବାଗ୍, ଦେବବ୍ରତ ମିଶ୍ର ପ୍ରମୂଖ ସ୍ୱରଚିତ କବିତା ପଠନ କରିଥିଲେ କବିତା ଆସରକୁ କବି ଧର୍ମେନ୍ଦ୍ର ପ୍ରଧାନ ସଂଯୋଜନା କରିଥିଲେ ଶେଷରେ ଧରିତ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.