csstore

ବଙ୍ଗୋମୁଣ୍ଡା ବ୍ଲକସ୍ତରୀୟ ଦ୍ୱାରସେହ୍ନି ଲୋକଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାର ମାଟି ବଙ୍ଗୋମୁଣ୍ଡା । ଏହି ମାଟିର ସ୍ଵତନ୍ତ୍ରତାକୁ ବହନ କରିଥାଏ ଅଞ୍ଚଳର ଲୋକ ସଂସ୍କୃତି, ଲୋକ ଗୀତ, ଲୋକ ସଙ୍ଗୀତ, ଆଦିବାସୀ କଳା ଓ ସଂସ୍କୃତି । ଅଞ୍ଚଳର କଳାର ପ୍ରଚାର ପ୍ରସାର ଏବଂ ଲୋକକଳାକୁ ଉଜ୍ଜୀବିତ କରିବା ସହ କଳାକାରଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆସନ୍ତା ଜାନୁୟାରୀ ୮ ତାରିଖରେ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ପ୍ରଶାସନ ବ୍ଲକ ସ୍ତରୀୟ ଦ୍ୱାରସେହ୍ନି ଲୋକ ଉତ୍ସବ ଆୟୋଜିତ ହେବ । ବ୍ଲକ ସ୍ତରୀୟ ଦ୍ୱାରସେହ୍ନି ଲୋକ ଉତ୍ସବ ପାଇଁ ବିଡ଼ିଓ ବିଜୟ ହୋତାଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ବଲାଙ୍ଗିର ଜିଲ୍ଲା ସ୍ତରୀୟ ଲୋକଉତ୍ସବ ଅବସରରେ ବ୍ଲକ ସ୍ତରୀୟ ଉତ୍ସବ ଆୟୋଜିତ ହେଉଛି । ଏହି ଉତ୍ସବରେ ଅଞ୍ଚଳର ଲୋକ ଗୀତ, ଲୋକ ନୃତ୍ୟ, ଲୋକ ସଙ୍ଗୀତ, ଲୋକବାଦ୍ୟ, ଲୋକ ନାଟକ ବିଭାଗରେ କଳାକାର ମାନେ ଅଂଶ ଗ୍ରହଣ କରିବେ । ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରି ଆରାଧ୍ୟ ଦେବୀ ମାଁ ଦ୍ୱାରସେହ୍ନି ମନ୍ଦିରରୁ ମଶାଲ ଆଣି ଲୋକ ଉତ୍ସବ ସ୍ଥଳରେ ସ୍ଥାପିତ କରାଯିବା ପରେ ଲୋକ ଉତ୍ସବ ଆରମ୍ଭ ହେବ । ପ୍ରସ୍ତୁତି ବୈଠକରେ ବିଡ଼ିଓ ବିଜୟ ହୋତା, ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ଜିପିଡ଼ିଓ ପୁରୁଷୋତ୍ତମ ମାଝୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଞ୍ଜିତ ସୁନା, ବ୍ଲକ କଳାକାର ସଂଘ ଉପସଭାପତି ରେଣୁରଞ୍ଜନ ବାଗ, ପଞ୍ଚାୟତ ସମିତି ଡିଗ୍ରୀ କଲେଜ ଅଧ୍ୟକ୍ଷ ଶୋଭେନ୍ଦ୍ର ମେହେର, ସରପଞ୍ଚ ସଂଘ ସଭାପତି ଅଜିତ ଯୋଶୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୁଣ ଯୋଶୀ, ବ୍ଲକ ସାମ୍ବାଦିକ ସଂଘ ସଭାପତି ରଶ୍ମିରଞ୍ଜନ ପୁଟେଲ, ସମ୍ପାଦକ ହୁଲେଶ୍ୱର ହଂସ, କୋଷାଧ୍ୟକ୍ଷ ଦୀପକ ଦାସ ଯାଦବ, କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ରାଧେଶ୍ୟାମ ମେହେର, ଡ଼ଃ ନାରାୟଣ ମିଶ୍ର, ବିପିଏମ୍‌ ସତ୍ୟପ୍ରିୟ ବେହେରା, ଆଇସିଡିଏସ୍‌ ସୁପରଭାଇଜର ବିଜୟା ସାହୁ, ମଞ୍ଜୁଲତା ଦୀପ, ସାମ୍ବାଦିକ ଅନିଲ କୁମାର ଖମାରୀ, ଭାଲୁମୁଣ୍ଡା ସରପଞ୍ଚ ପ୍ରତିନିଧି ବସନ୍ତ ମେହେର, କୃଷ୍ଣ ବାଗ ପ୍ରମୁଖଙ୍କ ସହ ବହୁ ଲୋକ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.