oom

ତୁଷୁରାର ଆଶୁକବି ହେମନ୍ତ ଦାଶ ପାଇବେ ସମ୍ମାନଜନକ ଡକ୍ଟରେଟ ଉପାଧି : ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ

jsmm

ତୁଷୁରା, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ସ୍ତରର ଖ୍ୟାତି ସମ୍ପନ୍ନ ୟୁନିଭରସିଟି ଆମେରିକାନ୍ ମେରିଟ୍ କାଉନସିଲ୍, ଆମେରିକା ତରଫରୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ବଲାଙ୍ଗିର ଜିଲ୍ଲା ତୁଷୁରା ସହରର ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ, ସଂଗଠକ ତଥା ଆଦର୍ଶ ଶିକ୍ଷକ ଆଶୁକବି ହେମନ୍ତ ଦାଶ ପାଇବେ ଚଳିତ ବର୍ଷ ପାଇଁ ସମ୍ମାନଜନକ ଡକ୍ଟରେଟ ଉପାଧି । ୱାର୍ଲଡ ଚାରିଟି ୱେଲଫେୟାର ଫାଉଣ୍ଡେସନ, ନୂଆଦିଲ୍ଲୀ ତରଫରୁ ଶ୍ରୀ ଦାଶଙ୍କୁ ଉକ୍ତ ଉପାଧି ପାଇଁ ମନୋନୀତ କରାଯାଇଛି । ଆସନ୍ତା ୩୧ ଡିସେମ୍ବର ଦିନ ପୁରୀ ଟାଉନହଲ୍ ଠାରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଉକ୍ତ ସମ୍ମାନ ପ୍ରଦାନ କରାଯିବାକୁ ଏକ ପତ୍ର ମାଧ୍ୟମରେ ଶ୍ରୀ ଦାଶଙ୍କୁ ଜଣାଇ ଦିଆଯାଇଛି । ଶ୍ରୀ ଦାଶ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ସୁସାହିତ୍ୟିକ, ଲେଖକ, କବି, ଗାଳ୍ପିକ ତଥା ଜଣେ ସୁସଂଗଠକ ଭାବେ ସମଗ୍ର ଓଡ଼ିଶାରେ ପରିଚିତ । ତାଙ୍କର ଲେଖାଗୁଡିକ ଓଡ଼ିଶାର ବିଭିନ୍ନ ଖବରକାଗଜ, ପତ୍ରପତ୍ରିକାରେ ଓ ବିଭିନ୍ନ ପୁସ୍ତକଗୁଡ଼ିକରେ ପ୍ରକାଶିତ ହୋଇସାରିଛି । ସେ ନିଷାନ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିରର ପ୍ରତିଷ୍ଠାତା ସଂପାଦକ ହେବା ସହ ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ବିଧୁଭୁଷଣ ସାହିତ୍ୟ ସଂସଦ ତୁଷୁରାର ସଂପାଦକ, ରାଷ୍ଟ୍ରୀୟ କବି ସଂଗମ ବଲାଙ୍ଗିର ଜିଲ୍ଲାର ସଂଯୋଜକ, ଜ୍ଞାନ ପ୍ରକାଶର ଜିଲ୍ଲା ମୁଖ୍ୟ, ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେ଼ମୀ କଟକର ସଂଗଠନ ସଂପାଦକ ହୋଇ ନିରବଚ୍ଛିନ୍ନ ଭାବେ ଭାଷା ସାହିତ୍ୟର ସେବା କରି ଆସୁଛନ୍ତି । ତାଙ୍କର ଫେସବୁକ ଏକପଦି ସଂକଳନ ‘ଭାବର୍ ମହକ’ ପାଠକଙ୍କ ମନକୁ ଖୁବ୍ ଛୁଇଁ ପାରିଛି । ଶ୍ରୀ ଦାଶଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ମିଳୁଥିବା ଜାଣି ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

jittmm
Leave A Reply

Your email address will not be published.