oom

ଜିଲ୍ଲା କଂଗ୍ରେସ ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଡଃ. ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ଜିଲ୍ଲା କଂଗ୍ରେସ ତରଫରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଡଃ. ମନମୋହନ ସିଂଙ୍କୁ ସ୍ମରଣ କରି କ୍ୟାଣ୍ଡେଲ ଜଳାଇ ତାଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରଦ୍ଧାଞ୍ଜଳି ଦିଆଗଲା । ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ଆମ୍ବେଦକର ଛକ ଠାରୁ ମୁନିସିପାଲିଟି ଛକ ପର୍ଯ୍ୟନ୍ତ ବାହାରିଥିଲା । ମ୍ୟୁନିସିପାଲିଟି ଛକରେ ଡଃ. ମନମୋହନ ସିଂଙ୍କ ଫଟୋ ଚିତ୍ର ଉପରେ ଫୁଲମାଳ ଦେଇ ଶ୍ରଦ୍ଧାଞ୍ଜଳି ଦିଆଗଲା । ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ, ଦେବବ୍ରତ ବିହାରୀ, ଗଣେଷ ପ୍ରଧାନ, ବି.ଏନ୍‌.ପଟ୍ଟନାଏକ, ଗୋପାଳ ଦାସ, ସାବିର ହୁସେନ, ବାଦଲ ଶ୍ରୀଚନ୍ଦନ, ଜ୍ଞାନେନ୍ଦ୍ର ଦାସ, ଆଶିଷ ମହାନ୍ତି, ମାନୁ ସାମଲ, ରଘୁ ଦାସ, ପ୍ରଫୁଲ୍ଲ ବେହେରା, ବିଶ୍ଵନାଥ ବାରିକ, ଇଜାଜ ଏକତାର, ବିସ୍ମୟ ଦାସ, ବସନ୍ତ ସାମଲ, ବିଜୟ ଆପଟ, ଶେଖ ସମୀର, ରବି ଯାଦବ, ଧର୍ମା ନାଏକ, ରତିକାନ୍ତ ମଲିକ, ବିନୋଦ ରାଉତ, ଜୁଲୁ ରହେମନ ଖାନ, ଅଞ୍ଜିତା, ରୁକସାନା ବେଗମ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶୋଭାଯାତ୍ରାରେ ପଦଯାତ୍ରା କରିଥିଲେ ।

jittmm
Leave A Reply

Your email address will not be published.