jsm

ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟ ୨୦୦୦ ବ୍ୟାଚର ବନ୍ଧୁ ମିଳନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରର ବିନ୍ଧ୍ୟବାସିନୀ ଭବନରେ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟ ମେଲଛାମୁଣ୍ଡା ୨୦୦୦ ବ୍ୟାଚ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀପ ନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ଦୀର୍ଘ ୨୪ ବର୍ଷ ପୂର୍ବର ସାଙ୍ଗସାଥିଙ୍କୁ ଦେଖି ସମସ୍ତେ ଆନନ୍ଦରେ ବିଭୋର ହୋଇଯାଇଥିଲେ । ଉକ୍ତ ବନ୍ଧୁ ମିଳନ ପର୍ବରେ ଦିଲ୍ଲୀପ ଦେବତା, ଗୋପବନ୍ଧୁ ସାହୁ, ମନ୍ଦାକିନୀ ପଧାନ, ମାମି ଭୋଇ, ଗୀତାଞ୍ଜଳି ପଣ୍ଡା, ସଂଯୁକ୍ତା ବଢ଼େଇ, ସରୋଜ କୁମାର ମାଝୀ, ଗୁରୁଦେବ ସିଂ ବିଲ୍, ପବିତ୍ର ଆଚାର୍ଯ୍ୟ, ଶେଷଦେବ ପ୍ରଧାନ, ସୁଦାମ ସାହୁ, ପ୍ରଭାତ ପ୍ରଧାନ, ରାଧେଶ୍ୟାମ ବେହେରା, ସଦାନନ୍ଦ ବାରିକ, ଅତୀଶ ବିଶ୍ୱାଳ, ଅମିତ ପୁରୋହିତ, ସଂଜୀବ ପଧାନ, ଚନ୍ଦନ ପାଣିଗ୍ରାହୀ, ସୁଦୀପ୍ତ ପ୍ରଧାନ, ସହଦେବ ପ୍ରଧାନ ଉପସ୍ଥିତ ରହିଥିଲେ । ମଧ୍ୟାହ୍ନରେ ବଣଭୋଜିର ଆୟୋଜନ କରାଯାଇଥିଲା । ଭୋଜନ ପରେ ସଭାରେ ଆସନ୍ତା ବର୍ଷ ସମସ୍ତଙ୍କ ପରିବାରକୁ ନେଇ ବନ୍ଧୁ ମିଳନ ଭୋଜି କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ଚନ୍ଦନ ପାଣିଗ୍ରାହୀ, ମନ୍ଦାକିନୀ ପ୍ରଧାନ, ଦିଲ୍ଲୀପ ନାୟକ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କ ତରଫରୁ ଅତୀଶ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଚନ୍ଦନ ପାଣିଗ୍ରାହୀ ଓ ମନ୍ଦାକିନୀ ପ୍ରଧାନ ବନ୍ଧୁ ମିଳନର ଯୋଗାଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.