foot

ଭାଇବ୍ରାଣ୍ଟର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ଓ ଏସ୍‌ଓଏସ୍‌ ଭିଲେଜର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ମୂଳକ ସାମାଜିକ କାର୍ଯ୍ୟକ୍ରମ ଝିରପାଣି ସ୍ଥିତ ଜାମସେରା ପଞ୍ଚାୟତର ଜବାଘାଟ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ଭାଇବ୍ରାଣ୍ଟର ସଭାପତି ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ରୋଟାରୀଆନ ବସନ୍ତ କୁମାର ତନ୍ତୀଙ୍କ ଆବାହକତ୍ଵ ତଥା ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷ ରୋଟାରୀଆନ ବିଜୟଲକ୍ଷ୍ମୀ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜବାଘାଟ ଗ୍ରାମବାସୀଙ୍କ ସହ ସୁନ୍ଦର ସ୍ୱାସ୍ଥ୍ୟ ସୁନ୍ଦର ଜୀବନ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଡାକ୍ତର ପୂଜା ପତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତରଖି କହିଲେ ଯେ ସୁନ୍ଦର ଓ ସୁସ୍ଥ ସ୍ୱାସ୍ଥ୍ୟ ହିଁ ସୁନ୍ଦର ଜୀବନ ଗଠନ କରିପାରିବ । ସୁନ୍ଦର ସ୍ୱାସ୍ଥ୍ୟ, ସୁନ୍ଦର ଜୀବନ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ । ସେ ଏହି ଅବସରରେ କଣ ଖାଇବା ଉଚିତ୍ କଣ ନଖାଇବା ଉଚିତ, ଖରାରେ କେତେ ସମୟ ଓ କେଉଁ ସମୟରେ ବସିବା, ଦାନ୍ତ କାହିଁକି ଦୁଇଥର ଘଷିବା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଓଏସ୍‌ ଭିଲେଜର ସହ ନିର୍ଦ୍ଦେଶକ ଜିଆସର ନନ୍ଦ, ରାଜେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ଏହି ଅବସରରେ ଆଲୋଚ୍ୟ ବିଷୟ ପ୍ରସଙ୍ଗରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଉତ୍ତରଦାତାଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ସଭାପତି ଶ୍ରୀ ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ, କାର୍ଯ୍ୟକ୍ରମର ଅଧ୍ୟକ୍ଷା ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ଶେଷରେ ସମ୍ପାଦକ ରୋଟାରୀଆନ ଶ୍ରୀ ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ରୋଟାରୀଆନ ଅର୍ଚ୍ଚନା ଦେବତା, ଡ଼ଃ କ୍ରିଷ୍ଣା ପରମାଣିକ, ସବିତା ମହାନ୍ତି, କ୍ରିଷ୍ଣାପ୍ରିୟା ବଳ ଓ ଗ୍ରାମବାସୀଙ୍କ ତରଫରୁ ସଞ୍ଜୁଲତା ପାତ୍ର, ମୀନା ମୋଚି, ସୁକମନୀ ସୁଲଙ୍କି, ସବିତା ସମାସୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଗ୍ରାମବାସୀ ଯୋଗଦେଇଥିବା ବେଳେ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.