jsm

ବସ ଦୁର୍ଘଟଣାରେ ୩ ମୃତ : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୋକାକୁଳ ପରିବେଶ

csstore

ବୈପାରୀଗୁଡ଼ା, (ବିକ୍ରାନ୍ତ କୁମାର ବେର୍ବତ୍ତା) : ଆଜି ଭୋର ସକାଳୁରୁ ଉଠି ବାବା ଗୁପ୍ତେଶ୍ୱରଙ୍କୁ ଦର୍ଶନ କରିବା ପାଇଁ ବାହାରିଥିବା ବେଳେ ସୁକୁନାଳ ଘାଟି ରାସ୍ତା ଓହ୍ଲାଇବା ସମୟରେ ବସ ଦୁର୍ଘଟଣା ଗସ୍ତ ହୋଇଥିବାର ଜଣାପଡିଛି । କଟକର ଚୌଦୁଆର ଅଂଚଳରୁ ୭୫ ଜଣ ଏକ ଘରୋଇ ବସରେ ଶନିବାର ଦିନ ରାତ୍ରି ୯ଟା ବେଳେ ବୈପାରିଗୁଡାରେ ପହଞ୍ଚି ସକାଳୁ ସକାଳୁ ଗୁପ୍ତେଶ୍ୱର ପୀଠ ବାହାରିଥିଲେ । ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ୱରକୁ ଦର୍ଶନ କରିବା ପାଇଁ ଯାଉଥିବା ସମୟରେ ଗୁପ୍ତେଶ୍ୱର ପୀଠକୁ ପହଞ୍ଚିବା ପୂର୍ବରୁ ଏହି ବସ ଦୁର୍ଘଟଣା ଗସ୍ତ ହୋଇଥିବାର ଦେଖିବାକୁ ମିଳିଛି । ବସ୍‌ରେ ଛୋଟବଡ ମିଶି ପାଖାପାଖି ୭୫ ଜଣ ଯାତ୍ରୀ ବସିଥିବା ବେଳେ ଘଟଣାସ୍ଥଳରେ ତଥା ଗାଡି ତଳେ ଚାପି ହୋଇ ୩ ଜଣ ଯାତ୍ରୀ ମୃତବରଣ କରିଥିବାର ସୂଚନା ଦେଇଛନ୍ତି କୋରାପୁଟ ଏସ୍‌ପି । ଧିରେ ଧିରେ ମୃତଦେହ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ପରିବାର ସଦସ୍ୟଙ୍କ କାନ୍ଦ ବୋବାଳିରେ ଶୋକକୁଲ ପରିବେଶ ସୃଷ୍ଟି ହୋଇଥିଲା । କ୍ରେନ୍ ମାଧ୍ୟମରେ ରାସ୍ତା କଡରୁ ବସ ଉଠାଯାଇ ମୃତ ଦେହ ଉଦ୍ଧାର କରାଯାଇଛି । ଦୁର୍ଘଟଣା ସ୍ଥଳରେ ଏସ୍‌ପିଙ୍କ ସମେତ ବିଧାୟକ, ସମସ୍ତ ବିଭାଗର ଅଧିକାରୀ, ସ୍ଥାନୀୟ ଆଇଆଇସି ଦୀପାଞ୍ଜଳୀ ପ୍ରଧାନ, ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଉଦ୍ଧାର କରିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ରାମଗିରି ସ୍ୱାସ୍ଥ୍ୟରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଗୁରୁତରମାନଙ୍କୁ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ଅଧିକ ଗୁରୁତରମାନଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମେଡିକାଲ ଓ ସହିଦ ଲକ୍ଷ୍ମଣ ନାୟକ ମୋଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.