foot

ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ : ରାୟଗଡ଼ାକୁ ହରାଇ ଫାଇନାଲରେ ରାଞ୍ଚି

  • ଆସନ୍ତାକାଲି କଣ୍ଟାବାଞ୍ଜି ଓ ରାଞ୍ଚି ମଧ୍ୟରେ ଫାଇନାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ସେମିଫାଇନାଲରେ ରାୟଗଡାକୁ ୧୦୪ ରନ୍‌ରେ ହରାଇ ରାଞ୍ଚି ଫାଇନାଲରେ ପ୍ରବେଶ କରିଛି । ଆଜି ମ୍ୟାଚ୍‌ର ମୁଖ୍ୟ ଅତିଥି ଭାବରେ ଏଲ୍‌ଆଇସି ମନୋଜ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବରେ ମାଳତୀ କୁଅଁର ଯୋଗଦେଇ ଉଦ୍‌ଘାଟନ କରିଥିଲେ । ରାଞ୍ଚି ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ୯ ୱିକେଟ ହରାଇ ୧୯୫ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଆକାଶ କୁମାର ସିଂ ୬୯, ଯୁବରାଜ ସିଂହ ୬୨, ଶୀତ କୁମାର ୨୭ ଓ ଭୀଷ୍ମ କୁମାର ୧୧ ରନ୍‌ ସଂଗ୍ରହ କରିଥିଲେ । ରାୟଗଡା ଦଳରୁ ଅଭିଜିତ ହୋତା ୪ ୱିକେଟ, ହରସତ ବୁଙ୍ଗା ୨ ୱିକେଟ, ଆଶିଷ କୁମାର ଓ ସଞ୍ଜୟ ବାତଲିଆ ୧ ୱିକେଟ ଲେଖାଏଁ ନେଇଥିଲେ । ୧୯୬ ରନ୍‌ ବିଜୟ ଲକ୍ଷ୍ୟ ନେଇ ରାୟଗଡ଼ା ଦଳ ୧୮.୨ ଓଭରରେ ସମସ୍ତ ୱିକେଟ ହରାଇ ୯୧ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ରାଜେଶ ଶିକା ସର୍ବାଧିକ ୨୫ ରନ୍‌ କରିଥିଲେ । ରାଞ୍ଚି ଦଳରୁ ଅନୁଜ ସିଂ ୪ ୱିକେଟ, ସଙ୍କଟ ମୋଚନ ତ୍ରିପାଠୀ ୨ ୱିକେଟ, ଶୀତ କୁମାର ଓ ଭୀଷ୍ମ କୁମାର ୧ ୱିକେଟ ଲେଖାଏଁ ନେଇଥିଲେ । ରାଞ୍ଚି ୧୦୪ ରନ୍‌ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ଓସିଏ ଅମ୍ପାୟର ଅମୀୟ ସାହୁ ଓ ବିସିସିଆଇ ଅମ୍ପାୟର ମହେସ ମୁନସୀ ଖେଳ ପରିଚାଳନା କରିଥିଲେ । ସତ୍ୟ ସାହୁ ଓ ଶୋଭିତ ସାହୁ ସ୍କୋରର ଥିବା ବେଳେ ରମେଶ ଚନ୍ଦ୍ର ସାହୁ ଓ ପତିତପାବନ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଓ ସମ୍ମାନିତ ଅତିଥି ଭାବରେ ସମାଜସେବୀ ତଥା ବି କ୍ଲାସ ସରକାରୀ ଠିକାଦାର ମହେନ୍ଦ୍ର କୁମାର ଖୁଣ୍ଟିଆ ଯୋଗଦେଇ ରାଞ୍ଚି ଦଳର ଅନୁଜ ସିଂଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍‌ ଦେଇ ପୁରସ୍କୃତ କରିଥିଲେ । ପତିତପାବନ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜକ କମିଟି ସଭାପତି ଜତୀନ ସାହୁ, ସମ୍ପାଦକ କାହ୍ନୁଚରଣ ସାହୁ, କୋଷାଧ୍ୟକ୍ଷ ମଣ୍ଟୁ ସାହୁ, ଉପଦେଷ୍ଟା ପ୍ରଶାନ୍ତ ସାହୁ, ହେମସାଗର ସାହୁ, ରୋହିତ ସାହୁ, ବିନନ୍ଦ ସାହୁ, ଆନନ୍ଦ ସାହୁ, ସୁଶାନ୍ତ ସାହୁ, ସ୍ୱତନ୍ତ୍ର ସାହୁ, ନିରାକାର ରଣା, ପ୍ରମୋଦ ସାହୁ, ପିଣ୍ଟୁ ସାହୁ, ଅଶ୍ଵିନୀ ସାହୁ, କବିରାଜ ସାହୁ, ରାମକିଶନ ହଂସ, ଚିନ୍ମୟ ଭୋଇ, ରବି ଭୋଇ, ଟୁନା ସୁନା, ରିଙ୍କୁ ସାହୁ, ଆକାଶ ସାହୁ, ସିପୁନ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତାକାଲି କଣ୍ଟାବାଞ୍ଜି ଓ ରାଞ୍ଚି ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ବୋଲି କମିଟି ସଭାପତି ଜତୀନ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.