csstore

ଜରାସିଂହା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରକୁ ଜାତୀୟ ସ୍ତରର ମାନ୍ୟତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଜରାସିଂହା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଵାସ୍ଥ୍ୟ ଉପକେନ୍ଦ୍ର ଉଲ୍ଲେଖନୀୟ ସ୍ଵାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଜାତୀୟ ସ୍ତରର ମାନ୍ୟତା ଲାଭ କରିଛି । ଏ ସମ୍ପର୍କିତ ଖବର ପ୍ରକାଶିତ ହେବା ପରେ ଏହି ସ୍ଵାସ୍ଥ୍ୟ ଉପକେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁଜାତା ମିଶ୍ର, ମହିଳା ସ୍ୱାସ୍ଥ୍ୟକର୍ମୀ ସାବିତ୍ରୀ ପୁଟେଲ, ସମସ୍ତ ଆଶା କର୍ମୀଙ୍କ ପ୍ରଚେଷ୍ଟାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରଶଂସା କରାଯାଇଛି । ଏହି ସଫଳତା ସାମୁହିକ ଉଦ୍ୟମ ଦ୍ଵାରା ହିଁ ସମ୍ଭବ ହୋଇପାରିଛି ବୋଲି ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଚିତ୍ତରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି । ଏ ଦିଗରେ ବିଶେଷ ଅବଦାନ ପାଇଁ ଜିଲ୍ଲା କ୍ଵାଲିଟି ମ୍ୟାନେଜର ହେମନ୍ତ ନାଗ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସ୍ନେହଲତା ସାହୁ, ଦେଓଗାଁ ସ୍ଵାସ୍ଥ୍ୟ ମିଶନର ବିପିଏମ୍ ପରେଶ ସାହୁ, ବିଡିଏମ୍ ବିପ୍ଳବ ମିଶ୍ର, ଆକାଉଣ୍ଟ ମ୍ୟାନେଜର ସମୀର ସିଂ, ଡ଼ା ଲଳିତ କୁମାର ସାହୁଙ୍କୁ ପ୍ରଶଂସା କରିବା ସହ ଜରାସିଂହା ଜନସାଧାରଣଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

jayashree
Leave A Reply

Your email address will not be published.