csstore

ଅନ୍ତର୍ଲା ୭ମ ମାଁ ରାମଚଣ୍ଡୀ ଫୁଟବଲ ପ୍ରତିଯୋଗିତାରେ ନକଟାସରକୁ ଟ୍ରାଇବ୍ରେକରରେ ହରାଇ ଜରାସିଂହା ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡମାଲ ପଞ୍ଚାୟତ ଅନ୍ତର୍ଗତ ଅନ୍ତର୍ଲାରେ ୭ମ ମାଁ ଚଣ୍ଡୀକପ୍ ଫୁଟବଲ ପ୍ରତିଯୋଗିତା ଶୁକ୍ରବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିଜେପି ସାଂସଦଙ୍କ ପ୍ରତିନିଧି ପୁରୁଷୋତ୍ତମ ସାହୁ, ବନ୍ଧପଡ଼ା ଫାଣ୍ଡି ଅଧିକାରୀ ପଞ୍ଚାନନ ନେଗୀ, ଦେଓଗାଁ ବ୍ଲକ ବିଜେଡି ସଭାପତି ସୁଶିଲ ଚାନ୍ଦ, ଦେଓଗାଁ ବ୍ଲକ ସରପଞ୍ଚ ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର, ରଘୁନାଥ ଯାଦବ ପ୍ରମୁଖ ଯୋଗଦେଇଥିଲେ । ଜରାସିଂହା ଏବଂ ନକଟାସର୍ ମଧ୍ୟରେ ହୋଇଥିବା ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ରେ ଟ୍ରାଇବ୍ରେକର ସହାୟତାରେ ଜରାସିଂହା ଦଳ ୪ – ୩ ଗୋଲରେ ବିଜୟୀ ହୋଇ ଚାମ୍ପିଅନ ଘୋଷିତ ହୋଇଥିଲା । ରାଧାକାନ୍ତ ବାଗ, ପିତାମ୍ବର ନାଗ, ସୁରେନ୍ଦ୍ର ବାଙ୍କ ଖେଳ ପରିଚାଳନା କରିଥିବା ବେଳେ ପରିଚାଳନା କମିଟି ସଭାପତି ସୁରେଶ ବାଗ, ସମ୍ପାଦକ ସନ୍ତୋଷ ଭୋଇ, ଲକ୍ଷ୍ମଣ ବାଗଙ୍କ ସହ କମିଟିର ସମସ୍ତ ସଭ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.