csstore

ନୂତନ ବିଡ଼ିଓଙ୍କୁ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ନୂତନ ଭାବେ ଯୋଗ ଦେଇଥିବା ବିଡ଼ିଓ ବିଜୟ କୁମାର ହୋତାଙ୍କୁ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ନେତୃତ୍ୱରେ ସମ୍ପାଦକ ହୁଲେଶ୍ୱର ହଂସ, କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ, କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ଉପସଭାପତି ସୁଶାନ୍ତ ବେହେରା, ସଦସ୍ୟ ନାରାୟଣ ମିଶ୍ର, ସୁଶାନ୍ତ ଥନାପତି, ରାଧେଶ୍ୟାମ ମେହେର ପ୍ରମୁଖଙ୍କ ସହ ବହୁ ସଦସ୍ୟ ମାନେ ସାମିଲ ହୋଇଥିଲେ । ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟାକୁ କିପରି ଭାବେ ସମାଧାନ କରାଯିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି ଅବସରରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଛତରଦାଣ୍ଡି ଘଞ୍ଚ ଜଙ୍ଗଲ ପରିସରରେ ଥିବା ଗୁମ୍ଫା ଡ୍ୟାମକୁ ପର୍ଯ୍ୟଟନସ୍ଥଳିର ମାନ୍ୟତା ପାଇଁ ମଧ୍ୟ ଦାବି କରାଯାଇଥିଲା । ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ୬୪ ଯୋଗିନୀ ମନ୍ଦିରର ବିକାଶ ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.