jayashree

୧୯୬୮ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସରକାରୀ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୧୯୬୮ ମସିହାରେ ସଂପୃକ୍ତ ବିଦ୍ୟାଳୟରେ ଅଧ୍ୟୟନ କରି ସଫଳତା ପାଇଥିବା ୧୬ଜଣ ସଦସ୍ୟଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ ଆସର ସମ୍ପନ୍ନ ହୋଇଯାଇଛି । ଏକାକୀ ଅଧ୍ୟୟନର ୫୬ ବର୍ଷ ପରେ ପୁଣି ଥରେ ସମାନ ଶ୍ରେଣୀ ଗୃହରେ ବନ୍ଧୁ ମିଳନର ଆୟୋଜନ କରି ସମସ୍ତେ ଭାବୁକ ହୋଇ ପଡ଼ିଥିଲେ । ଅନେକ ଦଶନ୍ଧି ପରେ ସମସ୍ତେ ପରସ୍ପରକୁ ଭେଟି ଅତୀତର ଅନେକ ସ୍ମୃତିକୁ ଆଦାନ ପ୍ରଦାନ କରିଥିଲେ । ଆୟୋଜିତ ସମାରୋହରେ ଅବସର ପ୍ରାପ୍ତ ଆରକ୍ଷୀ ଅଧିକ୍ଷକ କୁମରମଣି ମେହେର ଅଧ୍ୟକ୍ଷତା କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ଗଗନ ବିହାରୀ ଖମାରୀ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ବେହେରା, ଅବସର ପ୍ରାପ୍ତ ପ୍ରଶାସକ ବୀର କିଶୋର ପଣ୍ଡା, ଅଜିତ କୁମାର ହୋତା, ବାଞ୍ଛାନିଧି ମିଶ୍ର, ଜଗଦୀଶ ପ୍ରସାଦ ବୈଠାରୁ, ଦୋସ୍ତ ମହମ୍ମଦ, ଗୋପବନ୍ଧୁ ପଣ୍ଡା, ଧନୁର୍ଯ୍ୟ ପଣ୍ଡା, ହରପ୍ରସାଦ ପଣ୍ଡା, ଗଗନ ବିହାରୀ ପଣ୍ଡା, ଗୋପାଳ ଚନ୍ଦ୍ର ରାଉତ, ଭଗବାନ ପଣ୍ଡା, ପଦ୍ମନାଭ ପଣ୍ଡା, ବିନୋଦ ବିହାରୀ ପଣ୍ଡା ପ୍ରମୁଖ ଯୋଗ ଦେଇ ସମସ୍ତେ ବିଗତ ଦିନର ଅନୁଭୂତିକୁ ସ୍ମରଣ କରି ପରବର୍ତ୍ତୀ ସମୟରେ ଆଧ୍ୟାତ୍ମିକ ସାଧନା, ପରିବେଶ ଓ ରାଷ୍ଟ୍ର ଗଠନରେ ସମର୍ପିତ ରହିବାକୁ ସଂକଳ୍ପ ନେଇଥିଲେ । ସଭା ଆରମ୍ଭରୁ ଓଁକାର ଧ୍ଵନି ଦେବା ପରେ ଦିବଂଗତ ସାଥି ମାନଙ୍କ ପାଇଁ ଏକ ନୀରବ ପ୍ରାର୍ଥନା ଆୟୋଜନ କରାଯାଇଥିଲା । ନିମନ୍ତ୍ରିତ ସଦସ୍ୟ ଭାବରେ ସାମ୍ବାଦିକ ଶେଷଦେବ ବେହେରା, ଅସ୍ରଫ ଅଲ୍ଲୀ, ପ୍ରାଣ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦିତ କରିଥିଲେ ।

Leave A Reply

Your email address will not be published.