csstore

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବରଗଡ, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ଗାଈସିଲେଟ ଥାନା ଅନ୍ତର୍ଗତ ବଡ଼ସାହାଜବାହାଲ ଗ୍ରାମର ଜଣେ ମହିଳା ଅନୁ ସାହୁ (୨୫)ଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଥିବା ବେଳେ ଅନୁଙ୍କ ବାପଘର ଲୋକେ ଝିଅକୁ ବିବାହ ପରେ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ଆଣିବା ସହ ଏହା ଏକ ହତ୍ୟା ଘଟଣା ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତ ଅନୁଙ୍କ ସ୍ୱାମୀ କିଶୋର ସାହୁ ଓ ଶ୍ଵଶୁର କୁଳ ସାହୁଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ସୂଚନା ଅନୁସାରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ମୃତ ଅନୁଙ୍କୁ ଗାଇସିଲେଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ମୃତ ଅନୁଙ୍କ ପରିବାର ଲୋକେ ସ୍ଵାମୀଙ୍କ ସହ ସମସ୍ତ ପରିବାର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ସ୍ଵାମୀ କିଶୋର ସାହୁ ଓ ଶ୍ୱଶୁରକୁ ଥାନାରେ ଅଟକ ରଖି ଅଧିକ ପଚରାଉଚୁରା କରୁଛି । ତେବେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ସୁଚନା ଦେଇଛି ।

jayashree
Leave A Reply

Your email address will not be published.