csstore

ଦେଶାନ୍ତ ବାଗ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଅମଲାପାଲି ଦଳ ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଆଦର୍ଶ ଖେଳପଡିଆ ଠାରେ ଆଦର୍ଶ କ୍ରିକେଟ କ୍ଲବ ତରଫରୁ ଚାଲିଥିବା ଦେଶାନ୍ତ ବାଗ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାଲୁମୁଣ୍ଡା ସରପଞ୍ଚ ପ୍ରତିନିଧି ବସନ୍ତ ମେହେର, ପୂର୍ବତନ ସରପଞ୍ଚ ଉପେନ୍ଦ୍ର ମେହେର, ବେଲପଡା ସରପଞ୍ଚ ପ୍ରତିନିଧି ସତ୍ୟରାମ ବାଗ, ପ୍ରଦୀପ ମେହେର, ଯୋଗୀନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିଲେ । ଅମଲାପାଲି ଦଳ ଓ ଗୁହୁରିଆମୁଣ୍ଡା ଦଳ ଫାଇନାଲ୍ ମ୍ୟାଚ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲା । ଗୁହୁରିଆମୁଣ୍ଡା ଦଳକୁ ପରାସ୍ତ କରି ଅମଲାପାଲି ଦଳ ଚମ୍ପିୟାନ ହୋଇଥିଲା । ଡବ୍ଲୁୁଓ ପ୍ରଶାନ୍ତ ଖେଳ ପରିଚାଳନା କରିଥିବା ବେଳେ ଅଭୟ ବାଗ ଏବଂ ଖଗେ କୁମ୍ଭାର ଧାରବିବରଣୀ ପ୍ରଦାନ କରିଥିଲେ । ରୂପେଶ ମେହେର ଏବଂ ଅମିତ ମେହେର ସ୍କୋର ଦାୟିତ୍ୱ ପରିଚାଳନା କରିଥିଲେ । ଆୟୋଜକ କମିଟି ସଭାପତି ଚୈତନ୍ୟ ମେହେର, ସଂପାଦକ ଆଲୋକ ମିଶ୍ରଙ୍କ ସହ କମିଟିର ସୁଶାନ୍ତ ଠେଲା, ସିର୍ଦ୍ଧାଥ ମିଶ୍ର, ରାଜେଶ ପୁଟେଲ, ଗଗନ ମେହେର, ମହାକାଳ, ରାଜୁ ମେହେର, ଶ୍ରୀତମ ମିଶ୍ର ,ବୈବ ମେହେରଙ୍କ ସମେତ ଆୟୋଜକ କମିଟିର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.